ଭୁବନେଶ୍ୱର: ଗାଡ଼ି ନମ୍ବର ପ୍ଲେଟରେ ପୋଲିସ୍ ଲୋଗା ମନା । ନିଜ ଗାଡ଼ି ନମ୍ବର ପ୍ଲେଟରେ ପୋଲିସ୍ କିମ୍ବା ଓଏଚ୍ଆରସି ଲଗାଇ ପାରିବେ ନାହିଁ । ଏପରି କଲେ ଗାଡ଼ି ଜବତ ହେବ ବୋଲି ସମସ୍ତ ଆରଟିଓଙ୍କୁ ରାଜ୍ୟ ପରିବହନ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଆସନ୍ତା ୨୬ ତାରିଖ ଯାଏଁ ସାରା ରାଜ୍ୟରେ ଚାଲିବ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ । ନମ୍ବର ପ୍ଲେଟରେ କେବଳ ରେଜିଷ୍ଟ୍ରେସନ ନମ୍ବର ବ୍ୟତୀତ ଅନ୍ୟ ଲୋଗୋ ଲଗାଇବାକୁ ବାରଣ କରାଯାଇଛି । କିଛି ବ୍ୟକ୍ତି ଏଭଳି ଲୋଗୋ ଲଗାଇ ଲୋକଙ୍କୁ ଭୟଭୀତ କରୁଥିବାର ଅଭିଯୋଗ ଆସିବା ପରେ ଏବେ ଏନେଇ କଟକଣା ଜାରି କରାଯାଇଛି ।


