ଆନନ୍ଦପୁର: ଜମିଜମା ଘଟଣାରେ ପଡୋଶୀର ଆକ୍ରମଣରେ ଏକ ପରିବାରର ୬ଜଣ ଆହତ ହୋଇଛନ୍ତି । ନନ୍ଦିପଦା ଥାନା ଜମ୍ଭରା ଗ୍ରାମରେ ଏପରି ମରଣାନ୍ତକ ଆକ୍ରମଣ ଘଟଣା ଘଟିଥିବାର ସୂଚନା ରହିଛି । ଜମିବାଡ଼ି ବିବାଦକୁ ନେଇ ଥାନାରେ ଅଭିଯୋଗ ରହିଥିବାବେଳେ ଆହତ ହୋଇଥିବା ପରିବାରର ଲୋକ ଅଭିଯୋଗ ସମ୍ପର୍କରେ ଥାନାରୁ ପଚରାପଚରି କରି ଫେରୁଥିବାବେଳେ ଆକ୍ରମଣର ଶିକାର ହୋଇଛନ୍ତି । ଏହି ଆକ୍ରମଣର ଶିକାର ହୋଇଥିବା ଆହତଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ତିନିଜଣ ଶିଶୁ ରହିଛନ୍ତି ।


