ଭୁବନେଶ୍ୱର: ଏଣିକି ସଡକ ଦୁର୍ଘଟଣାରେ କ୍ୟାସଲେସ୍ ଚିକିତ୍ସାର ସୁବିଧା ମିଳିବ । ପିଏମ୍ରାହତ୍ ଯୋଜନା ମାଧ୍ୟମରେ ଏଣିକି ମାଗଣା ଚିକିତ୍ସା ମିଳିବ । ଏଥିରେ
ସର୍ବାଧିକ ୧.୫ ଲକ୍ଷ ପର୍ଯ୍ୟନ୍ତ କ୍ୟାସ୍ଲେସ୍ ଚିକତ୍ସାର ସୁବିଧା ମିଳିବ । ଦୁର୍ଘଟଣା ପରଠାରୁ ସାତ ଦିନ ପର୍ଯ୍ୟନ୍ତ ଏହି ସୁବିଧା ମିଳିିବ । ଦୁର୍ଘଟଣାର ୨୪ ଘଣ୍ଟା ମଧ୍ୟରେ ଆହତ ହସ୍ପିଟାଲରେ ଭର୍ତ୍ତି ହେବାର ଆବଶ୍ୟକ । ଯୋଜନାର ସଫଳ ରୂପାୟନ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ଜିଲ୍ଲା ଏସ୍ପି, ଡିସିପିଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏନେଇ ପ୍ରତ୍ୟେକ ଜିଲ୍ଲାର ଡିଏସ୍ପି ପାହ୍ୟାର ଅଫିସରକୁ ନୋଡାଲ ଅଫିସର ଭାବେ ଦିଆଯିବ ନିଯୁକ୍ତି ।


