ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ୩୮ତମ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ । ପଞ୍ଚାୟତିରାଜ, ନିର୍ମାଣ, ରାଜସ୍ବ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ସାଧାରଣ ପ୍ରଶାସନ ବିଭାଗ ସମେତ ଆଉ କେତେକ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିବ ବୋଲି ଜଣାପଡ଼ିଛି । ସେହିପରି ନିର୍ମାଣ ବିଭାଗ ପକ୍ଷରୁ ଏକ ଗୁୁରୁତ୍ୱପୂର୍ଣ୍ଣ ସେତୁର ଟେଣ୍ଡର ପ୍ରସ୍ତାବ ମଧ୍ୟ ଆସିବାକୁ ରହିଛି।


