ଢେଙ୍କନାଳ: ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକ୍କୁ ଆମ୍ବୁଲାନ୍ସ ପିଟିଦେଇଥିବାବେଳେ ଆଟେଣ୍ଡାନ୍ସର ମୃତ୍ୟୁ ହୋଇଥିବାବେଳେ ଡ୍ରାଇଭରଜଣକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୋଟାଙ୍ଗ ଥାନା ଏନ୍ଏଚ୍ – ୫୫ ହଳଦିଆବାହଳ ନିକଟରେ ଏହି ଦୁର୍ଘଟଣା ଘଟିଛି । ଭୁବନେଶ୍ୱରରରେ ରୋଗୀ ଛାଡ଼ି ଫେରୁଥିବାବେଳେ ଆମ୍ବୁଲାନ୍ସଟି ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକ୍କୁ ପିଟିଦେଇଥିଲା ।


