Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»BonV Aero: ଖୋର୍ଦ୍ଧାରେ ବନ୍‌ଭି ଏରୋ ର ନୂଆ ଡ୍ରୋନ ପାର୍କ, ୩୦୦ କୋଟି ଟଙ୍କା ନିବେଶ 
ଆଜିର ଖବର

BonV Aero: ଖୋର୍ଦ୍ଧାରେ ବନ୍‌ଭି ଏରୋ ର ନୂଆ ଡ୍ରୋନ ପାର୍କ, ୩୦୦ କୋଟି ଟଙ୍କା ନିବେଶ 

April 11, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
BonV Aero
BonV Aero: ଖୋର୍ଦ୍ଧାରେ ବନ୍‌ଭି ଏରୋ ର ନୂଆ ଡ୍ରୋନ ପାର୍କ, ୩୦୦ କୋଟି ଟଙ୍କା ନିବେଶ 

BonV Aero: ଓଡିଶାର ଏରୋସ୍ପେଶ ଓ ଡିଫେନ୍ସ ମାନୁଫ୍ୟାକ୍‌ଚରିଂ ଇକୋସିଷ୍ଟମ ପାଇଁ ଏକ ବଡ ପ୍ରୋତ୍ସାହନ ରୂପେ ବନ୍‌ଭି ଏରୋ ଖୋର୍ଦ୍ଧାଠାରେ ଏହାର ଷ୍ଟେଟ-ଅଫ୍‌-ଦ-ଆର୍ଟ ଡ୍ରୋନ ପାର୍କ୍‌ର ପରିଚାଳନା ଆରମ୍ଭ କରିଛି। ଏହି ଫ୍ୟାସିଲିଟିକୁ ବରିଷ୍ଠ ସରକାରୀ ଅଧିକାରୀ ଓ ଶିଳ୍ପର ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରାଯାଇଥିଲା।

୩୦ ଏକର ଜମିରେ ପରିବ୍ୟାପ୍ତ ଓ ଦୁଇଟି ପର୍ଯ୍ୟାୟରେ ଯୋଜନା କରାଯାଇଥିବା ଏହି ପ୍ରକଳ୍ପରେ ୩୦୦ କୋଟି ଟଙ୍କା ନିବେଶ କରାଯିବ ଏବଂ ଏହା ମାନୁଫ୍ୟାକ୍‌ଚରିଂ, ରିସର୍ଚ୍ଚ ଆଣ୍ଡ ଡେଭ୍‌ଲପମେଂଟ, ପାଇଲଟ ଟ୍ରେନିଙ୍ଗ ଓ ପରିଚାଳନା କ୍ଷେତ୍ରରେ ୧୦୦୦ରୁ ଅଧିକ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।  ଏହି ଡ୍ରୋନ ପାର୍କର କମିଶନିଙ୍ଗ  ଉଦ୍ଭାବନ-ଭିତିକ ବିକାଶଠାରୁ ବିସ୍ତୃତ ୟୁଏଭି ମାନୁଫ୍ୟାକ୍‌ଚରିଂ ପର୍ଯ୍ୟନ୍ତ ବନ୍‌ଭି ଏରୋର ରୂପାନ୍ତରଣକୁ ସୂଚିତ କରୁଛି ଯାହା ଆତ୍ମନନିର୍ଭର ଭାରତ ଲକ୍ଷ୍ୟ ସହ ସମନ୍ୱିତ ରହିଛି।

ଏହି ଡ୍ରୋନ ପାର୍କରେ  ଘରୋଇ ଓ ଆନ୍ତର୍ଜାତୀୟ ବଜାରଗୁଡିକ ପାଇଁ ହଜାର ହଜାର ସଂଖ୍ୟକ ୟୁଏଭି ଉତ୍ପାଦନ କରିବାର କ୍ଷମତା ରଖିଥିବା ଅତ୍ୟାଧୁନିକ ଆସେମ୍ବ୍ଲି ଲାଇନ ରହିଛି। ଏଠାରେ ସେଂଟର ଅଫ୍ ଏକ୍ସିଲେନ୍ସ (ସିଓଇ), ଏକ ଉତ୍ସର୍ଗୀକୃତ ସ୍କିଲିଙ୍ଗ ସେଂଟର ରହିବ ଏବଂ ଏହା ଏମଏସଏମଇ, କମ୍ପୋନେଂଟ ବା ଉପାଦାନ ନିର୍ମାଣକାରୀ ଓ ଶିକ୍ଷାନୁଷ୍ଠାନଗୁଡିକ ସହ ସହଭାଗିତା ମାଧ୍ୟମରେ ଇକୋସିଷ୍ଟମର ବିକାଶକୁ ପ୍ରୋତ୍ସାହିତ କରିବ।

ଏହି ଅବସରରେ ବନ୍‌ଭି ଏରୋର ପ୍ରତିଷ୍ଠାତା ସତ୍ୟବ୍ରତ ଶତପଥୀ କହିଛନ୍ତି, “ଏହି ପଦକ୍ଷେପ ଉତ୍ପାଦନ ବାହାରେ ଏକ ମଜବୁତ ସ୍ଥାନୀୟ ଇକୋସିଷ୍ଟମ ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରଖିଛି, ଯାହା ଆନ୍ତର୍ଜାତୀୟ ୟୁଏଭି ଶିଳ୍ପରେ ଏକ ପ୍ରମୁଖ କ୍ଷେତ୍ର ଭାବେ ଓଡିଶାକୁ ଅବସ୍ଥାପିତ କରିବ।”

ଏହି କାର୍ଯ୍ୟକ୍ରମରେ ବନ୍‌ଭି ଏରୋର ସ୍ୱଦେଶୀ ହେଭି-ଲିଫ୍ଟ ୟୁଏଭି ପ୍ଲାଟଫର୍ମଗୁଡିକୁ ପ୍ରଦର୍ଶିତ କରାଯାଇଥିଲା ଯାହାକୁ ଅଧିକ ପେଲୋଡ, ଦୀର୍ଘ ସହନଶୀଳତା ଓ ସମସ୍ତ ଭୂଭାଗରେ ପରିଚାଳନା ପାଇଁ ଡିଜାଇନ କରାଯାଇଛି ଏବଂ ଏହା ପ୍ରତିରକ୍ଷା, ପରିବହନ ଓ ଭିତିଭୂମି କ୍ଷେତ୍ରର ଆବଶ୍ୟକତା ପୂରଣ କରୁଛି।

ସହଯୋଗୀ ରାଜ୍ୟ ନୀତି ଓ ରଙ୍ଗେଇଲୁଣ୍ଡାଠାରେ ଆଗାମୀ ପରୀକ୍ଷଣ ଭିତିଭୂମି ସହିତ ବନ୍‌ଭି ଏରୋ ଓଡିଶାକୁ ୟୁଏଭି ଉଦ୍ଭାବନ ଓ ଉତ୍ପାଦନ ପାଇଁ ଏକ କେନ୍ଦ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି।

BonV Aero ବନ୍‌ଭି ଏରୋ
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ : ଜଣେ ମୃତ

April 11, 2026

ଦୁବାଇରୁ କାଠମାଣ୍ଡୁ ଯାଉଥିଲା ବିମାନ, ଲକ୍ଷ୍ନୌ ବିମାନବନ୍ଦରରେ ହେଲା ଜରୁରୀକାଳୀନ ଅବତରଣ

April 11, 2026

ଯୁବକଙ୍କୁ ଉଠାଇନେଲା ପୋଲିସ୍

April 11, 2026

ବର୍ଷେ ବଢିଲା ମହାନଦୀ ଟ୍ରିବ୍ୟୁନାଲ୍ ଅବଧି

April 11, 2026
Latest News

BonV Aero: ଖୋର୍ଦ୍ଧାରେ ବନ୍‌ଭି ଏରୋ ର ନୂଆ ଡ୍ରୋନ ପାର୍କ, ୩୦୦ କୋଟି ଟଙ୍କା ନିବେଶ 

April 11, 2026

ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ : ଜଣେ ମୃତ

April 11, 2026

ଦୁବାଇରୁ କାଠମାଣ୍ଡୁ ଯାଉଥିଲା ବିମାନ, ଲକ୍ଷ୍ନୌ ବିମାନବନ୍ଦରରେ ହେଲା ଜରୁରୀକାଳୀନ ଅବତରଣ

April 11, 2026

ମଞ୍ଚୁରିଆନ୍ ଓ କଢାଇ ପନୀର ଖାଇ ମୃତ୍ୟୁ: ଜାଣନ୍ତୁ କାରଣ କ’ଣ, ଗ୍ରୀଷ୍ମଋତୁରେ ଖାଦ୍ୟକୁ ନେଇ ରୁହନ୍ତୁ ସତର୍କ

April 11, 2026

ଯୁବକଙ୍କୁ ଉଠାଇନେଲା ପୋଲିସ୍

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.