ଭୁବନେଶ୍ୱର: ଡିଜେଲ୍ ରପ୍ତାନୀ ଉପରେ ଶୁଳ୍କ ବୃଦ୍ଧି କଲେ ସରକାର । ଏନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଡିଜେଲ୍ ଲିଟର ପ୍ରତି ୨୧ଟଙ୍କା ୫୦ ପଇସାରୁ ୫୫ଟଙ୍କା୫୦ପଇସାକୁ ବୃଦ୍ଧି ହୋଇଛି । ବିମାନ ଟରବାଇନ୍ ଇନ୍ଧନ (ଏଟିଏଫ୍)ଶୁଳ୍କ ମଧ୍ୟ ବୃଦ୍ଧି ହୋଇଛି । ଏଟିଏଫ୍ ପ୍ରତି ଲିଟର ୨୯ଟଙ୍କା୫୦ ପଇସାରୁ ୪୨ଟଙ୍କାକୁ ବୃଦ୍ଧି ହୋଇଛି । ତେବେ ପେଟ୍ରୋଲ୍ ଉପରେ ରପ୍ତାନୀ ଶୁଳ୍କ ବୃଦ୍ଧି ହୋଇନାହିଁ ।


