Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବରିଷ୍ଠ ସାମ୍ବାଦିକ ନୃସିଂହ ମିଶ୍ରଙ୍କ ଦେହାନ୍ତ: ଗଭୀର ଶୋକ ପ୍ରକାଶ କଲେ ଆଇନ ମନ୍ତ୍ରୀ
ଆଜିର ଖବର

ବରିଷ୍ଠ ସାମ୍ବାଦିକ ନୃସିଂହ ମିଶ୍ରଙ୍କ ଦେହାନ୍ତ: ଗଭୀର ଶୋକ ପ୍ରକାଶ କଲେ ଆଇନ ମନ୍ତ୍ରୀ

April 11, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନୃସିଂହ ମିଶ୍ର
ପରଲୋକରେ ବରିଷ୍ଠ ସାମ୍ବାଦିକ ନୃସିଂହ ମିଶ୍ର: ଶୋକ ପ୍ରକାଶ କଲେ ଆଇନ ମନ୍ତ୍ରୀ

ବାଣପୁର: ବିଶିଷ୍ଟ ଯଜ୍ଞବିତ, ବରିଷ୍ଠ ପତ୍ରକାର, ବାଣପୁର ମାଟିର ସ୍ୱାଭିମାନୀ ମଣିଷ, ସମଗ୍ର ଚିଲିକାର ଜନମାନସର ପରିଚିତ ପ୍ରିୟ ନୃସିଂହଭାଇନା ଆଉ ନାହାନ୍ତି। ଗତକାଲି ରାତି ୮ଘଟିକାରେ କଲିକତା ମହାନଗରରେ ଥିବା କନିଷ୍ଠ ପୁତ୍ର ବୈଜ୍ଞାନିକ ପଦ୍ମଜା ପ୍ରସାଦ ମିଶ୍ରଙ୍କ ବାସଭବନରେ ୮୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି।

କିଛିଦିନ ପୂର୍ବରୁ ସେ ଯକୃତ ସଂକ୍ରମଣରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଦୋଳପୂର୍ଣ୍ଣମୀରେ ମାଭଗବତୀଙ୍କ ଚାଚେରୀ ଭୋଗ ଖିଆରେ ଯୋଗ ଦେବାପାଇଁ ସେ ଜନ୍ମମାଟି ଅଚ୍ୟୁତ ରାଜପୁର ବାସଗୃହକୁ ଆସି ବିଶ୍ରାମ ନେଉଥିଲେ। ଗତ ୮ ତାରିଖରେ ପୁଣି ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପୁତ୍ର ପଦ୍ମଜା କଲିକତା ନେଇ ପ୍ରସିଦ୍ଧ ଚ଼ାରନକ୍ ହସପିଟାଲ୍ ରେ ଚିକିତ୍ସିତ କରାଉଥିବା ଅବସ୍ଥାରେ ଗତକାଲି ୧୦ ତାରିଖ ରାତ୍ର ୮ ଘଟିକା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶେଷରେ ହୁଗୁଳି ନଦୀ କୂଳର ଶ୍ମଶାନ ଘାଟରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।

ଜ୍ୟେଷ୍ଠପୁତ୍ର ବୈଜ୍ଞାନିକ ଶାରଦା ପ୍ରସାଦ ମିଶ୍ର ମୁଖାଗ୍ନି ଦେଇଥିଲେ। ସ୍ୱର୍ଗତ ସୁଶିକ୍ଷକ ଜଗନ୍ନାଥ ମିଶ୍ର ଓ ଶାରଦା ଦେବୀଙ୍କ ଜ୍ୟେଷ୍ଠପୁତ୍ର ନୃସିଂହ ଭାଇନା ଗୋଦାବରୀଶ ବିଦ୍ୟାପୀଠରୁ ଶିକ୍ଷା ସମାପ୍ତ କରି ପୁରୀ ଅର୍ବାନ କୋ-ଅପରେଟିଭ ବ୍ୟାଙ୍କରେ କିଛି କାଳ କିରାନୀ ଭାବରେ ଚାକିରୀ କରି ସେଠାରୁ ଗାଁକୁ ଫେରି କଂଗ୍ରେସ ଦଳରେ ଯୋଗଦାନ କରି ଜଣେ କର୍ମୀ ହିସାବରେ ସମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ। ପରେ ବାଣପୁର ଅଞ୍ଚଳରେ ସାମ୍ବାଦିକତାକୁ ଆଦରି ନେଇ ପ୍ରତ୍ୟେକ ସାମାଜିକ, ଆଧ୍ୟାତ୍ମିକ, ସାହିତ୍ୟ ସଂସ୍କୃତି, କଳା, ସମ୍ବାଦପତ୍ର, ଶିକ୍ଷା ଅନୁଷ୍ଠାନମାନଙ୍କରେ ନିଜକୁ ସାମିଲ୍ କରାଇ ବାଣପୁର ମାଟିର ସାମଗ୍ରିକ ବିକାଶରେ ନିସ୍ବାର୍ଥପର ଭାବରେ ନିଜକୁ ନିୟୋଜିତ କରି ସମସ୍ତଙ୍କ ପ୍ରିୟ ନୃସିଂହଭାଇନା ଭାବରେ ପରିଚିତ ହୋଇପାରିଥିଲେ।

ବାଣପୁର ମାଟି ମା ମଣିଷକୁ ଭଲପାଉଥିବା ଏଭଳି ଜଣେ ପରିଚିତ ମଣିଷଙ୍କ ବିୟୋଗରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ତାଙ୍କ ମୃତ୍ୟୁ ଜନିତ ଖବର ସମଗ୍ର ବାଣପୁର ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି। ମୃତ୍ୟୁ ଶଯ୍ୟା ନିକଟରେ ଧର୍ମପତ୍ନୀ, ସାନଭାଇ ପ୍ରାଧ୍ୟାପକ ଲକ୍ଷ୍ମୀ ପ୍ରସାଦ ମିଶ୍ର, ଜ୍ୟେଷ୍ଠପୁତ୍ର, ପୁତ୍ରବଧୁ, ଏକ ମାତ୍ର କନ୍ୟା ସଂଗୀତା ଦାଶ, ନାତି ନାତୁଣୀ ପରିବାରବର୍ଗ ଉପସ୍ଥିତ ଥିଲେ। ପରିବାରବର୍ଗ ତାଙ୍କ ଅସ୍ତି କଳସ ନେଇ ଗାଁକୁ ଫେରିବା ପରେ ତାଙ୍କ ଅନ୍ତ୍ୟେଷ୍ଟି କାର୍ଯ୍ୟ ଗାଁରେ ଅନୁଷ୍ଠିତ ହେବ ବୋଲି ସାନଭାଇ ଲକ୍ଷ୍ମୀ ପ୍ରସାଦ ମିଶ୍ରଙ୍କ ଠାରୁ ପ୍ରକାଶ।

ନୃସିଂହ ମିଶ୍ରଙ୍କ ବିୟୋଗରେ ରାଜ୍ୟସରକାରଙ୍କ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଭୀର ଶୋକ ପ୍ରକାଶ କରିଛନ୍ତି। ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ରେ ଲେଖିଛନ୍ତି ଯେ, “ନବେ ଦଶକର ଆରମ୍ଭରୁ ଗଣମାଧ୍ୟମ ଜଗତର ବିଭିନ୍ନ ପର୍ଯ୍ୟାୟରେ ନିର୍ଭୀକ ଭାବରେ ସାମାଜିକ ପ୍ରସଙ୍ଗ ଉଠାଇଥିବା ଆମ ଅଞ୍ଚଳର ପ୍ରତିଷ୍ଠିତ ସାମ୍ବାଦିକ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦେହାନ୍ତ ଖବର ଶୁଣି ମୁଁ ଗଭୀର ଭାବରେ ଦୁଃଖିତ।

କେବଳ ବାଣପୁର ଅଞ୍ଚଳ ପାଇଁ ନୁହେଁ ବରଂ ଅନେକ ସମୟରେ ସମଗ୍ର ଚିଲିକା ସଂସଦୀୟ କ୍ଷେତ୍ର ପାଇଁ ତାଙ୍କର ଅସାଧାରଣ ଅବଦାନ ସର୍ବଦା ସ୍ମରଣୀୟ ରହିବ।

ଏହି ଦୁଃଖର ମୁହୂର୍ତ୍ତରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇବା ସହିତ ମୁଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଦିବଙ୍ଗତ ଆତ୍ମାର ଅନନ୍ତ ଶାନ୍ତି ପାଇଁ ପ୍ରାର୍ଥନା କରୁଛି।

ଓମ୍ ଶାନ୍ତି!”

Share. Facebook Twitter LinkedIn Email WhatsApp Copy Link

Related Posts

କିଏ ଜିତିବ ୨୦୨୬ ଆଇପିଏଲ ଟାଇଟଲ?: ଭବିଷ୍ୟବାଣୀ କଲେ ଏହି ବରିଷ୍ଠ ଖେଳାଳି

April 11, 2026

ଦୁଇଚକିଆ ପେଟ୍ରୋଲ୍ ଯାନ ଉପରେ ଲାଗିବ ରୋକ୍‌

April 11, 2026

ଗଠନ ହେବ ପାନୀୟ ଜଳ ନିଗମ

April 11, 2026

PhonePe SBI Card: ଫୋନପେ ଏସବିଆଇ କାର୍ଡ ବର୍ତ୍ତମାନ ଜିରୋ ଜଏନିଙ୍ଗ ଫି’ ସହ ଉପଲବ୍ଧ

April 11, 2026
Latest News

ବରିଷ୍ଠ ସାମ୍ବାଦିକ ନୃସିଂହ ମିଶ୍ରଙ୍କ ଦେହାନ୍ତ: ଗଭୀର ଶୋକ ପ୍ରକାଶ କଲେ ଆଇନ ମନ୍ତ୍ରୀ

April 11, 2026

କିଏ ଜିତିବ ୨୦୨୬ ଆଇପିଏଲ ଟାଇଟଲ?: ଭବିଷ୍ୟବାଣୀ କଲେ ଏହି ବରିଷ୍ଠ ଖେଳାଳି

April 11, 2026

ଦୁଇଚକିଆ ପେଟ୍ରୋଲ୍ ଯାନ ଉପରେ ଲାଗିବ ରୋକ୍‌

April 11, 2026

ଗଠନ ହେବ ପାନୀୟ ଜଳ ନିଗମ

April 11, 2026

ଚର୍ଚ୍ଚାରେ ମୋଦି-ରାହୁଲଙ୍କ ବାର୍ତ୍ତାଳାପ

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.