ମୁମ୍ବାଇ: ୯୨ ବର୍ଷୀୟା ଲୋକପ୍ରିୟ ଗାୟିକା ଆଶା ଭୋସ୍ଲେ ଅସୁସ୍ଥ । ତାଙ୍କ ଅବସ୍ଥା ସଙ୍ଗୀନ ଥିବାର ଜଣାପଡ଼ିଛି । ହୃଦଘାତ କାରଣରୁ ସେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି ।
ଭାରତୀୟ ସିନେମା ଜଗତର ଜଣେ କିମ୍ବଦନ୍ତୀ ତଥା ଲୋକପ୍ରିୟ ପ୍ରଚ୍ଛଦପଟ୍ଟ ଗାୟିକା । ସେ ୭ ଦଶନ୍ଧିରୁ ଅଧିକ ସମୟ ଧରି ହିନ୍ଦୀ ଏବଂ ଅନ୍ୟାନ୍ୟ ଭାରତୀୟ ଭାଷାରେ ହଜାର ହଜାର ଗୀତ ଗାଇଛନ୍ତି । ସେ ୧୯୪୦ ଦଶକରୁ ଗାୟନ ଆରମ୍ଭ କରିଥିଲେ ଏବଂ ଅନେକ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି । ତାଙ୍କର ବହୁମୁଖୀ ଗାୟନ ଶୈଳୀ, ଫିଲ୍ମ ଓ ଭଜନଠାରୁ ଆରମ୍ଭ କରି କ୍ୟାବାଟ୍ ଗୀତ ପର୍ଯ୍ୟନ୍ତ ସବୁଥିରେ ସେ ଅସାଧାରଣ ପ୍ରତିଭା ଦେଖାଇଛନ୍ତି ।
ଆଶା ଭୋସଲେ ୭ ଟି ଫିଲ୍ମଫେୟାର ପୁରସ୍କାର ଜିତିବାରେ ସଫଳ ହୋଇଥିଲା । ସର୍ବାଧିକ ସୋଲୋ ସଙ୍ଗୀତ ରେକର୍ଡିଂ କରିଥିବାରୁ ୨୦୧୧ ମସିହାରେ ତାଙ୍କ ନାମ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନିତ ହୋଇଥିଲା । ଏହା ବ୍ୟତୀତ ସଙ୍ଗୀତ ଜଗତରେ ତାଙ୍କର ନିଷ୍ଠାପର ସାଧନା ପାଇଁ ଭାରତ ସରକାରଙ୍କ ଦ୍ବାରା ୨୦୦୦ ମସିହାରେ ତାଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ଓ ୨୦୦୮ ମସିହାରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।


