Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବନ୍ତାରା ପକ୍ଷରୁ ବନ୍ୟପ୍ରାଣୀ ଏବଂ ପଶୁଚିକିତ୍ସା ବିଜ୍ଞାନ ପାଇଁ ବିଶ୍ୱର ପ୍ରଥମ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ଶୁଭାରମ୍ଭ
ଆଜିର ଖବର

ବନ୍ତାରା ପକ୍ଷରୁ ବନ୍ୟପ୍ରାଣୀ ଏବଂ ପଶୁଚିକିତ୍ସା ବିଜ୍ଞାନ ପାଇଁ ବିଶ୍ୱର ପ୍ରଥମ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ଶୁଭାରମ୍ଭ

April 12, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
ବନ୍ତାରା ପକ୍ଷରୁ ବନ୍ୟପ୍ରାଣୀ ଏବଂ ପଶୁଚିକିତ୍ସା ବିଜ୍ଞାନ ପାଇଁ ବିଶ୍ୱର ପ୍ରଥମ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ଶୁଭାରମ୍ଭ
ବନ୍ତାରା ପକ୍ଷରୁ ବନ୍ୟପ୍ରାଣୀ ଏବଂ ପଶୁଚିକିତ୍ସା ବିଜ୍ଞାନ ପାଇଁ ବିଶ୍ୱର ପ୍ରଥମ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ଶୁଭାରମ୍ଭ

ଜାମନଗର (ଗୁଜରାଟ): ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱ ବନ୍ୟପ୍ରାଣୀ ସଂରକ୍ଷଣ ସଂଗଠନ – ବନ୍ତାରା ଗୁଜରାଟର ଜାମନଗରରେ ବନ୍ତାରା ବିଶ୍ୱବିଦ୍ୟାଳୟ ଆରମ୍ଭ କରିବା ନେଇ ଘୋଷଣା କରିଛି। ଏହା ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ପଶୁଚିକିତ୍ସା ବିଜ୍ଞାନ ପାଇଁ ଉତ୍ସର୍ଗୀକୃତ ବିଶ୍ୱର ପ୍ରଥମ ସମନ୍ୱିତ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ହେବ।

ବନ୍ତାରା ବିଶ୍ୱବିଦ୍ୟାଳୟର ମୂଳଦୁଆ ପଶୁ କଲ୍ୟାଣ, ବୈଜ୍ଞାନିକ ଉନ୍ନତି ଏବଂ ବନ୍ୟପ୍ରାଣୀ ସଂରକ୍ଷଣର ସ୍ତମ୍ଭ ଉପରେ ଆଧାରିତ ରହିଛି। ଏହି ପ୍ରତିଷ୍ଠାନ ପଶୁଚିକିତ୍ସା, ସଂରକ୍ଷଣ ଏବଂ ବନ୍ୟପ୍ରାଣୀ ଯତ୍ନ କ୍ଷେତ୍ରରେ ଭବିଷ୍ୟତର ନେତୃତ୍ୱକୁ ପ୍ରସ୍ତୁତ କରିବାର ଲକ୍ଷ୍ୟ ରଖିଛି। ଏହାର ପାଠ୍ୟକ୍ରମ ଭାରତର ଶତାବ୍ଦୀ ପୁରୁଣା ଜ୍ଞାନ ପରମ୍ପରାର ଉପଯୋଗ କରି ଏକ ଉଦ୍ଦେଶ୍ୟପୂର୍ଣ୍ଣ ଏବଂ ଭବିଷ୍ୟତ-ମୁଖୀ ଶିକ୍ଷା ମଡେଲ ପ୍ରସ୍ତୁତ କରିବ।

ଅନନ୍ତ ଅମ୍ବାନୀ କହିଛନ୍ତି, “ସଂରକ୍ଷଣର ଭବିଷ୍ୟତ ଏହା ଉପରେ ନିର୍ଭର କରିବ ଯେ ଆମେ ବ୍ୟକ୍ତି ଏବଂ ଅନୁଷ୍ଠାନଗୁଡ଼ିକୁ କରୁଣା, ଜ୍ଞାନ ଏବଂ ଦକ୍ଷତା ସହିତ ପ୍ରାଣୀମାନଙ୍କର ସେବା କରିବା ପାଇଁ କିପରି ପ୍ରସ୍ତୁତ କରୁଛୁ। ବନ୍ତାରା ବିଶ୍ୱବିଦ୍ୟାଳୟର ପରିକଳ୍ପନା ମୋର ବ୍ୟକ୍ତିଗତ ଅଭିଜ୍ଞତା ଦ୍ୱାରା ଅନୁପ୍ରାଣିତ ହୋଇଥିଲା ଯେତେବେଳେ ମୁଁ ବିପଦରେ ଥିବା ପ୍ରାଣୀମାନଙ୍କୁ ନିକଟରୁ ଦେଖି ସେମାନଙ୍କର କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ଅଧିକ କ୍ଷମତାର ଆବଶ୍ୟକତାକୁ ଅନୁଭବ କରିଥିଲି। ପ୍ରାଚୀନ ନାଳନ୍ଦା ବିଶ୍ୱବିଦ୍ୟାଳୟର ଭାବନା ଏବଂ ‘ଆ ନୋ ଭଦ୍ରାଃ କ୍ରତବୋ ଯନ୍ତୁ ବିଶ୍ୱତଃ’, ଯାହାର ଅର୍ଥ ‘ସମସ୍ତ ଦିଗରୁ ଶ୍ରେଷ୍ଠ ବିଚାର ଆମ ପାଖକୁ ଆସୁ’ – ର ଆଦର୍ଶ ଦ୍ୱାରା ଅନୁପ୍ରାଣିତଏହି ବିଶ୍ୱବିଦ୍ୟାଳୟ ପ୍ରତ୍ୟେକ ଜୀବକୁ ସୁରକ୍ଷା ଦେବା ପାଇଁ ଉତ୍ସର୍ଗୀକୃତ ଏକ ନୂତନ ପିଢ଼ିକୁ ପ୍ରସ୍ତୁତ କରିବାକୁ ଚେଷ୍ଟିତ।”

ଏହି ବିଚାରକୁ ପ୍ରତୀକାତ୍ମକ ଭାବରେ ପ୍ରଦର୍ଶିତ କରିବା ପାଇଁ, ଭିତ୍ତିପ୍ରସ୍ତର ସ୍ଥାନର ଡିଜାଇନରେ ଦୁଇଟି ଖଣ୍ଡ ବିଜୋଲିଆ ବାଲିପଥର ଅନ୍ତର୍ଭୁକ୍ତ କରାଯାଇଛି। ଏହି ପଥରଗୁଡ଼ିକ ପ୍ରାଚୀନ ବିନ୍ଧ୍ୟ ଭୂତାତ୍ତ୍ୱିକ ଗଠନରୁ ଉତ୍ପନ୍ନ ହୋଇଛି, ଯାହା ବର୍ତ୍ତମାନର ବିହାରରେ ଅବସ୍ଥିତ ପ୍ରାଚୀନ ନାଳନ୍ଦା ବିଶ୍ୱବିଦ୍ୟାଳୟର ଭୌଗଳିକ ସ୍ଥାନ ସହିତ ଭୌତିକ ଭାବରେ ଜଡିତ ବୋଲି ବିଶ୍ୱାସ କରାଯାଏ। ଏହା ଭାରତର ଜ୍ଞାନ ଏବଂ ଶିକ୍ଷାର ସ୍ଥାୟୀ ଐତିହ୍ୟ ଓ ପରମ୍ପରାର ପ୍ରତୀକ।

ହିନ୍ଦୁ ପରମ୍ପରା ଅନୁଯାୟୀ ଅନୁଷ୍ଠିତ ଏହି ଶିଳାନ୍ୟାସ ଉତ୍ସବରେ ଶିକ୍ଷା, ବିଜ୍ଞାନ, ସଂରକ୍ଷଣ ଏବଂ ସାର୍ବଜନିକ ଜୀବନର ପ୍ରତିନିଧିମାନଙ୍କ ସହିତ ଅନନ୍ତ ଅମ୍ବାନୀଙ୍କ ଶିକ୍ଷକ ଏବଂ ମାର୍ଗଦର୍ଶକମାନେ ମଧ୍ୟ ସାମିଲ ହୋଇଥିଲେ। ଏହି ସମାରୋହର ଏକ ପ୍ରମୁଖ ଆକର୍ଷଣ ଥିଲା ମାଟି, ପାଣି ଏବଂ ପଥରଗୁଡିକର ବିଧିବିଧାନ ଅନୁସାରେ ସ୍ଥାପନା, ଯାହା ପରେ ଶିଳାନ୍ୟାସର ପ୍ରତୀକାତ୍ମକ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହି ଉପାଦାନଗୁଡ଼ିକ ଭାରତର ବିଭିନ୍ନ ଜୈବ ବିବିଧତା-ସମୃଦ୍ଧ ଅଞ୍ଚଳରୁ ସଂଗ୍ରହ କରାଯାଇଥିଲା। ଏହି ଅଞ୍ଚଳଗୁଡିକ ମଧ୍ୟରେ ତୃଣଭୂମି, ଜଙ୍ଗଲ, ଆର୍ଦ୍ରଭୂମି, ଶୁଷ୍କ ପରିବେଶ, ଏବଂ ଦେଶର ଉତ୍ତର, ଦକ୍ଷିଣ, ପୂର୍ବ, ପଶ୍ଚିମ ଏବଂ କେନ୍ଦ୍ରୀୟ ଭୁଭାଗରେ ଅବସ୍ଥିତ ହିମାଳୟ ଏବଂ ଅନ୍ୟାନ୍ୟ ଉଚ୍ଚ ଅଞ୍ଚଳ ଅନ୍ତର୍ଭୁକ୍ତ ରହିଥିଲା। ଏହି ଉପାଦାନଗୁଡ଼ିକ ଭାରତର ପ୍ରାକୃତିକ ବିବିଧତା ଏବଂ ଐତିହ୍ୟକୁ ଦର୍ଶାଉଛି।

ବନ୍ତାରା ବିଶ୍ୱବିଦ୍ୟାଳୟ ଏକ ଏକୀକୃତ ଶୈକ୍ଷିକ ଢାଞ୍ଚା ମଧ୍ୟରେ ବିବିଧ ବିଷୟଗୁଡ଼ିକୁ ଯୋଡିବ, ଯାହାର ମୂଳଦୁଆ ବାସ୍ତବିକ ସଂରକ୍ଷଣ ପ୍ରୟାସର ବ୍ୟବହାରିକ ଅଭିଜ୍ଞତା ଉପରେ ଆଧାରିତ। ବନ୍ତାରାର ଅଭିଜ୍ଞତାଗୁଡ଼ିକୁ ଶୈକ୍ଷିକ ପାଠ୍ୟକ୍ରମ, ବୃତ୍ତିଗତ ତାଲିମ ମଡ୍ୟୁଲ୍ ଏବଂ ବିଶ୍ୱସ୍ତରୀୟ ଉପଯୋଗୀ ଶିକ୍ଷା ଢାଞ୍ଚାରେ ପରିବର୍ତ୍ତିତ କରାଯିବ। କରୁଣା, ବିଜ୍ଞାନ ଏବଂ ସଂରକ୍ଷଣର ଉତ୍ତମ ସମନ୍ୱୟ ମାଧ୍ୟମରେ ଏହି ପ୍ରତିଷ୍ଠାନ ବନ୍ୟପ୍ରାଣୀ ଏବଂ ପରିବ୍ୟବସ୍ଥା ସହିତ ଜଡିତ ଜଟିଳ ଆହ୍ୱାନଗୁଡ଼ିକୁ ମୁକାବିଲା କରିବା ପାଇଁ ସଜ୍ଜିତ ପେଶାଦାରମାନଙ୍କୁ ପ୍ରସ୍ତୁତ କରିବ।

ଏହି ବିଶ୍ୱବିଦ୍ୟାଳୟ ବିଭିନ୍ନ ବିଷୟର ସ୍ନାତକ, ସ୍ନାତକୋତ୍ତର, ଫେଲୋସିପ୍ ଏବଂ ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରଦାନ କରିବ। ଏଥିରେ ବନ୍ୟପ୍ରାଣୀ ଔଷଧ ଏବଂ ଶଲ୍ୟଚିକିତ୍ସା, ପୁଷ୍ଟିସାର, ଆଚରଣ ବିଜ୍ଞାନ, ଜେନେଟିକ୍ସ, ମହାମାରୀ ବିଜ୍ଞାନ, ଏକ ସ୍ୱାସ୍ଥ୍ୟ, ସଂରକ୍ଷଣ ନୀତି ଏବଂ ପ୍ରାକୃତିକ ପ୍ରାଣୀ ଯତ୍ନ ପରିବେଶ ଡିଜାଇନ୍ ଅନ୍ତର୍ଭୁକ୍ତ। ବନ୍ତାରାର କାର୍ଯ୍ୟକ୍ଷମତା ଅନୁରୁପ ସ୍ୱତନ୍ତ୍ର କଲେଜ ମଧ୍ୟ ପ୍ରତିଷ୍ଠା କରାଯିବ। ଏହା ସହିତ, ସାମାଜିକ ଏବଂ ଆର୍ôଥକ ଦୃଷ୍ଟିରୁ ପଛୁଆ ପୃଷ୍ଠଭୂମିର ଛାତ୍ରଛାତ୍ରୀମାନଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯିବ।

ବନ୍ତାରା ବିଶ୍ୱବିଦ୍ୟାଳୟକୁ ଉନ୍ନତ ଶିକ୍ଷାଗତ ଏବଂ କ୍ଲିନିକାଲ୍ ଭିତ୍ତିଭୂମି, ଆନ୍ତର୍ଜାତୀୟ ସହଭାଗିତା ଏବଂ ଏକ ଆବାସିକ କ୍ୟାମ୍ପସ ଜରିଆରେ ସମର୍ଥନ କରାଯିବ। ଏହା ପଶୁକଲ୍ୟାଣ ଏବଂ ଉନ୍ନତ ସଂରକ୍ଷଣ ପଦ୍ଧତିଗୁଡ଼ିକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ-ଆଧାରିତ ଗବେଷଣା ଉପରେ ଧ୍ୟାନ କେନ୍ଦ୍ରିତ କରିବ। ଶିକ୍ଷାଗତ ମଡେଲରେ ବୈଜ୍ଞାନିକ ଯତ୍ନ ଏବଂ ଦୀର୍ଘକାଳୀନ ବନ୍ୟପ୍ରାଣୀ ପରିଚାଳନା ସୁନିଶ୍ଚିତ କରିବା ପାଇଁ ପ୍ରାକୃତିକ ବାସସ୍ଥାନ (ଇନ-ସିଟୁ) ଏବଂ ସଂରକ୍ଷିତ ପରିବେଶ (ଏକ୍ସ-ସିଟୁ) ସଂରକ୍ଷଣ ପଦ୍ଧତି ଉଭୟକୁ ଏକୀକୃତ କରାଯିବ।

ସଂରକ୍ଷଣର ଭବିଷ୍ୟତ କେବଳ ଜଙ୍ଗଲ ମଧ୍ୟରେ ନୁହେଁ, ବରଂ ଶ୍ରେଣୀଗୃହ, ପ୍ରୟୋଗଶାଳା ଏବଂ ମାନବ ଚେତନା ଜରିଆରେ ମଧ୍ୟ ନିର୍ଣ୍ଣୟ ହେଉଥିବା ସ୍ୱୀକାର କରି, ବିଶ୍ୱବିଦ୍ୟାଳୟ ବନ୍ୟପ୍ରାଣୀ ପଶୁଚିକିତ୍ସା ଔଷଧ ଏବଂ ସଂରକ୍ଷଣ ଶିକ୍ଷା କ୍ଷେତ୍ରକୁ ଆଗକୁ ବଢାଇବାକୁ ଲକ୍ଷ୍ୟ ରଖିଛି। ଏହା ବ୍ୟତୀତ, ଏହା ବନ୍ୟପ୍ରାଣୀ ସ୍ୱାସ୍ଥ୍ୟ, ପ୍ରାଣୀ ଯତ୍ନ ପରିବେଶ ଏବଂ ସଂରକ୍ଷଣ ସହିତ ଜଡିତ ଜ୍ଞାନ ସମ୍ବଳର ବିକାଶ ପାଇଁ ଏକ ଦୀର୍ଘକାଳୀନ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ।

ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହ କରୁଣା-ଆଧାରିତ ସଂରକ୍ଷଣ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବ୍ୟାପକ ଜାତୀୟ ପ୍ରୟାସର ଶୁଭାରମ୍ଭକୁ ମଧ୍ୟ ଚିହ୍ନିତ କରିଥିଲା। ଏହି କାର୍ଯ୍ୟକ୍ରମରେ, ‘ବନ୍ତାରା ବିଶ୍ୱବିଦ୍ୟାଳୟ ଫାଉଣ୍ଡିଙ୍ଗ ଫେଲୋ’ ଏବଂ ‘ଏଭ୍ରି ଲାଇଫ୍ ମ୍ୟାଟର୍ସ’ ଛାତ୍ରବୃତ୍ତି କାର୍ଯ୍ୟକ୍ରମର ଘୋଷଣା କରାଯାଇଥିଲା ତଥା ଜ୍ଞାନକୁ କେବଳ ପ୍ରଗତି ପାଇଁ ନୁହେଁ, ବରଂ ବିଶେଷକରି ସଂରକ୍ଷଣ ପାଇଁ ବ୍ୟବହାର କରିବାକୁ ଆହ୍ୱାନ ଦିଆଯାଇଥିଲା।

ଏହାର ଦୃଷ୍ଟିକୋଣ ଅନୁସାରେ, ବନ୍ତାରା ବିଶ୍ୱବିଦ୍ୟାଳୟ କେବଳ ଏକ ଶିକ୍ଷାନୁଷ୍ଠାନ ଭାବରେ ନୁହେଁ, ବରଂ ଏହି ଦର୍ଶନର ପ୍ରତିନିଧିତ୍ୱ କରୁଛି ଯେ ବନ୍ୟ ଜୀବନକୁ କେବଳ ଯତ୍ନ ନୁହେଁ ବରଂ ଜ୍ଞାନ, ଦୃଢ଼ ପ୍ରଣାଳୀ ବ୍ୟବସ୍ଥା ଏବଂ ପ୍ରଶିକ୍ଷିତ ମାନବସମ୍ବଳର ମଧ୍ୟ ଆବଶ୍ୟକତା ରହିଛି।

ପଶୁଚିକିତ୍ସା ବିଜ୍ଞାନ ବନ୍ତାରା ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଦେଶ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ଅଭିଯୋଗରେ ଭୁବନେଶ୍ବରରୁ ଅଭିଯୁକ୍ତକୁ ଗିରଫ କଲା ଦିଲ୍ଲୀ ପୁଲିସ

April 12, 2026

ଆଉ ଗୋଟିଏ ବର୍ଷ ପର୍ଯ୍ୟନ୍ତ ବଢିଲା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅବଧି

April 12, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 12, 2026

ସବୁ ଉଚ୍ଚ ଶିକ୍ଷାକୁ ନିଃଶୁଳ୍କ କରି ପିଲାଙ୍କୁ ଶିକ୍ଷା ଋଣ ମୁକ୍ତ କର: ଓଡିଶା ଅଭିଭାବକ ମହାସଂଘ

April 12, 2026
Latest News

ବନ୍ତାରା ପକ୍ଷରୁ ବନ୍ୟପ୍ରାଣୀ ଏବଂ ପଶୁଚିକିତ୍ସା ବିଜ୍ଞାନ ପାଇଁ ବିଶ୍ୱର ପ୍ରଥମ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ଶୁଭାରମ୍ଭ

April 12, 2026

ଦେଶ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ଅଭିଯୋଗରେ ଭୁବନେଶ୍ବରରୁ ଅଭିଯୁକ୍ତକୁ ଗିରଫ କଲା ଦିଲ୍ଲୀ ପୁଲିସ

April 12, 2026

ଆଉ ଗୋଟିଏ ବର୍ଷ ପର୍ଯ୍ୟନ୍ତ ବଢିଲା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅବଧି

April 12, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 12, 2026

ସବୁ ଉଚ୍ଚ ଶିକ୍ଷାକୁ ନିଃଶୁଳ୍କ କରି ପିଲାଙ୍କୁ ଶିକ୍ଷା ଋଣ ମୁକ୍ତ କର: ଓଡିଶା ଅଭିଭାବକ ମହାସଂଘ

April 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.