ଝାରସୁଗୁଡ଼ା: ମା’ର ଟାଙ୍ଗିଆ ଚୋଟରେ ପୁଅଝିଅଙ୍କ ଜୀବନ ଚାଲିଯାଇଛି । ବିମାନବନ୍ଦର ଥାନା ଟାଙ୍ଗରପାଲି ଅଞ୍ଚଳରୁ ଏପର ଏକ ହତ୍ୟାକାଣ୍ଡ ଘଟିଥିବାର ସୂଚନା ରହିଛି । ପୁଅ ଝିଅକୁ ହାଣିବା ପରେ ମା’ ଜଣକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ । ଝରକା ଭାଙ୍ଗି ମହିଳାଙ୍କୁ ଉଦ୍ଧାର କରାଯାଇଛି । ଗୁରୁତର ଅବସ୍ଥାରେ ମହିଳା ଜଣକ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର ହୋଇଛି । ପୋଲିସ୍ ଏହି ଘଟଣାରେ ତଦନ୍ତ ଚଳାଇଛି ।


