ମୁମ୍ବାଇ: କିମ୍ବଦନ୍ତୀ ଗାୟିକା ଆଶା ଭୋସ୍ଲେ ଆଉ ଆମ ଗହଣରେ ନାହାନ୍ତି । ମୁମ୍ବାଇ ବ୍ରିଚ୍ କାଣ୍ଡି ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ୯୨ ବର୍ଷୀୟ ଆଶାଙ୍କର ଗତକାଲି ହୃଦ୍ଘାତ ହୋଇଥିଲା ଓ ସେ ମୁମ୍ବାଇର ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବାର ତାଙ୍କ ପୁତ୍ର ଆନନ୍ଦ ଭୋସ୍ଲେ ସୂଚନା ଦେଇଛନ୍ତି ।
ଭାରତୀୟ ସିନେମା ଜଗତର ଜଣେ କିମ୍ବଦନ୍ତୀ ତଥା ଲୋକପ୍ରିୟ ପ୍ରଚ୍ଛଦପଟ୍ଟ ଗାୟିକା । ତାଙ୍କ ମୃତ୍ୟୁରେ ଭାରତୀୟ ସଙ୍ଗୀତ ଜଗତରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି ।


