ଭୁବନେଶ୍ୱର: ରାଜ୍ୟରେ ତାତି ବଢିଛି । ରାଜ୍ୟରେ ହିଟ୍ୱେଭ୍ ନେଇ ସତର୍କ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୪୦ ଡିଗ୍ରୀ ଉପରେ ୬ଟି ସହର ରହିଛି । ଏହି କ୍ରମରେ ଟିଟିଲାଗଡ଼ ୪୧.୫ ଡିଗ୍ରୀ, ବଲାଙ୍ଗିର ଓ ଭବାନୀପାଟଣା ୪୧ ଡିଗ୍ରୀ, ଝାରସୁଗୁଡ଼ା ୪୦.୭ ଡିଗ୍ରୀ, ସମ୍ବଲପୁର ୪୦.୧ ଡିଗ୍ରୀ, ହୀରାକୁଦ ୪୦ ଡିଗ୍ରୀ, ଭୁବନେଶ୍ୱରରେ ୩୭.୭ ଡିଗ୍ରୀ ଓ କଟକର ତାପମାତ୍ରା ୩୭.୪ ଡିଗ୍ରୀ ରେକର୍ଡ ହୋଇଛି । ଆସନ୍ତା ୭ ଦିନ ଧରି ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।


