ଆଜି ବଲିଉଡ୍ ନବାବ ଖାନ୍ ଅର୍ଥାତ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ଙ୍କ ୪୯ତମ ଜନ୍ମଦିବସ । ଲୋକପ୍ରିୟ ଅଭିନେତ୍ରୀ ଶର୍ମିଳା ଟାଗୋର ଓ ମନସୁର୍ ଅଲ୍ଲୀ ଖାନ୍ଙ୍କ ପୁତ୍ର ସୈଫ୍ ଅଗଷ୍ଟ ୧୬, ୧୯୭୦ରେ ଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ । ସୈଫ୍ ୧୯୯୩ ମସିହାରେ ‘ପରମ୍ପରା’ ଫିଲ୍ମ ଜରିଆରେ ବଲିଉଡ୍ ଡେବ୍ୟୁ କରିଥିଲେ । ପରେ ପରେ ‘ୟୈ ଦିଲ୍ଲଗୀ’, ଓ ‘ମୈ ଖିଲାଡି ତୁ ଅନାଡ଼ି’ରେ ଅଭିନୟ କରି ଲୋକଲୋଚନକୁ ଆସିଥିଲେ। ୯୦ ଦଶକରେ ଏହି ଅଭିନେତାଙ୍କର ଅଭିନୟ କ୍ୟାରିୟର୍ ବେଶ୍ ସମୃଦ୍ଧ ରହିଥିଲା । ପାଖାପାଖି ୧୦୦ଟି ଫିଲ୍ମରେ ଅଭିନୟ କରିଥିବା ସୈଫ୍ଅଲ୍ଲୀ ଖାନ୍ଙ୍କ ସଫଳ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି – ‘ହମ୍ ସାଥ୍ ସାଥ୍ ହୈ’, ‘କଚ୍ଚେ ଧାଗେ,’, ‘‘ଦିଲ୍ ଚାହାତା ହୈ’, ‘କ୍ୟା କହନା’, ‘କଲ୍ ହୋ ନା ହୋ’, ‘ଏକ୍ ହସିନା ଥିୀ, ‘ ହମ୍ ତୁମ୍’, ‘ସଲାମ୍ ନମେସ୍ତ’, ‘ଓମ୍କାରା’, ‘ରେସ୍’, ‘ଲଭ୍ ଆଜ୍ କଲ୍’, ‘କକ୍ଟେଲ୍’, ‘ଆରକ୍ଷଣ୍’, ‘ଫାଣ୍ଟମ୍’ ଆଦି ଫିଲ୍ମ ରହିଛି। କେବଳ ବଲିଉଡ୍ ଫିଲ୍ମ ନୁହେଁ ଓ୍ବେବ ସିରିଜ୍ରେ ମଧ୍ୟ ବେଶ୍ ଲୋକପ୍ରିୟ । ‘ସାକ୍ରେଡ୍ ଗେମ୍ସ’ ବେଶ୍ ଲୋକପ୍ରିୟତା ହାସଲ କରିଛି । ଏହି ଅଭିନେତାଜଣକ ରିୟଲ୍ ଲାଇଫ୍ ଯେତିକି ରୋମାଞ୍ଚକର, ରିଲ୍ ଲାଇଫ୍ ମଧ୍ୟ ସେତିକି ଫିଲ୍ମି । ସୈଫ୍ ୧୯୯୧ରେ ନିଜଠାରୁ ୧୨ ବର୍ଷ ବଡ଼ ଅଭିନେତ୍ରୀ ଅମୃତା ସିଂହଙ୍କୁ ବିବାହ କରିଥିବାବେଳେ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ପରବର୍ତ୍ତୀ ସମୟରେ ୨୦୧୧ ମସିହାରେ ନିଜଠୁ ସାନ ୧୦ ବର୍ଷ ଅଭିନେତ୍ରୀ କରିନା କପୁର୍ଙ୍କୁ ବିବାହ କରିଥିବାବେଳେ ଦୁଇ ବର୍ଷର ପୁଅ ତୈମୁର୍ ରହିଛନ୍ତି । ନିକଟରେ ସୈଫ୍ଙ୍କ ଅଭିନୀତ ‘ଲାଲ କପ୍ତାନ୍ ‘ଜଓ୍ବାନୀ ଜାନେମନ୍’, ଆଦି ଫିଲ୍ମର ଶୁଟିଂରେ ବ୍ୟସ୍ତ ରହିଛନ୍ତି ।
୪୯ବର୍ଷ ବୟସରେ ବଲିଉଡ୍ର ଛୋଟେ ନଓ୍ବାବ୍ ସୈଫ୍ଅଲ୍ଲୀ ଖାନ୍
Published:
Aug 16, 2019, 2:29 pm IST
Tags: