Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୪୯ବର୍ଷ ବୟସରେ ବଲିଉଡ୍‌ର ଛୋଟେ ନଓ୍ବାବ୍‌ ସୈଫ୍‌ଅଲ୍ଲୀ ଖାନ୍‌
ଆଜିର ଖବର

୪୯ବର୍ଷ ବୟସରେ ବଲିଉଡ୍‌ର ଛୋଟେ ନଓ୍ବାବ୍‌ ସୈଫ୍‌ଅଲ୍ଲୀ ଖାନ୍‌

August 16, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆଜି ବଲିଉଡ୍‌ ନବାବ ଖାନ୍‌ ଅର୍ଥାତ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ୪୯ତମ ଜନ୍ମଦିବସ । ଲୋକପ୍ରିୟ ଅଭିନେତ୍ରୀ ଶର୍ମିଳା ଟାଗୋର ଓ ମନସୁର୍‌ ଅଲ୍ଲୀ ଖାନ୍‌ଙ୍କ ପୁତ୍ର ସୈଫ୍‌ ଅଗଷ୍ଟ ୧୬, ୧୯୭୦ରେ ଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ ।  ସୈଫ୍‌ ୧୯୯୩ ମସିହାରେ ‘ପରମ୍ପରା’ ଫିଲ୍ମ ଜରିଆରେ ବଲିଉଡ୍‌ ଡେବ୍ୟୁ କରିଥିଲେ । ପରେ ପରେ ‘ୟୈ ଦିଲ୍‌ଲଗୀ’,  ଓ ‘ମୈ ଖିଲାଡି ତୁ ଅନାଡ଼ି’ରେ ଅଭିନୟ କରି ଲୋକଲୋଚନକୁ ଆସିଥିଲେ। ୯୦ ଦଶକରେ ଏହି ଅଭିନେତାଙ୍କର ଅଭିନୟ କ୍ୟାରିୟର୍‌ ବେଶ୍‌ ସମୃଦ୍ଧ ରହିଥିଲା । ପାଖାପାଖି ୧୦୦ଟି ଫିଲ୍ମରେ ଅଭିନୟ କରିଥିବା ସୈଫ୍‌ଅଲ୍ଲୀ ଖାନ୍‌ଙ୍କ ସଫଳ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି – ‘ହମ୍‌ ସାଥ୍‌ ସାଥ୍‌ ହୈ’, ‘କଚ୍ଚେ ଧାଗେ,’, ‘‘ଦିଲ୍‌ ଚାହାତା ହୈ’, ‘କ୍ୟା କହନା’, ‘କଲ୍‌ ହୋ ନା ହୋ’, ‘ଏକ୍‌ ହସିନା ଥିୀ, ‘ ହମ୍‌ ତୁମ୍‌’, ‘ସଲାମ୍‌ ନମେସ୍ତ’, ‘ଓମ୍‌କାରା’, ‘ରେସ୍‌’, ‘ଲଭ୍‌ ଆଜ୍‌ କଲ୍‌’, ‘କକ୍‌ଟେଲ୍’, ‘ଆରକ୍ଷଣ୍‌’, ‘ଫାଣ୍ଟମ୍‌’ ଆଦି ଫିଲ୍ମ ରହିଛି। କେବଳ ବଲିଉଡ୍‌ ଫିଲ୍ମ ନୁହେଁ ଓ୍ବେବ ସିରିଜ୍‌ରେ ମଧ୍ୟ ବେଶ୍‌ ଲୋକପ୍ରିୟ । ‘ସାକ୍ରେଡ୍‌ ଗେମ୍ସ’ ବେଶ୍‌ ଲୋକପ୍ରିୟତା ହାସଲ କରିଛି । ଏହି ଅଭିନେତାଜଣକ ରିୟଲ୍‌ ଲାଇଫ୍‌ ଯେତିକି ରୋମାଞ୍ଚକର, ରିଲ୍‌ ଲାଇଫ୍‌ ମଧ୍ୟ ସେତିକି ଫିଲ୍ମି । ସୈଫ୍‌ ୧୯୯୧ରେ ନିଜଠାରୁ ୧୨ ବର୍ଷ ବଡ଼ ଅଭିନେତ୍ରୀ ଅମୃତା ସିଂହଙ୍କୁ ବିବାହ କରିଥିବାବେଳେ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ପରବର୍ତ୍ତୀ ସମୟରେ ୨୦୧୧ ମସିହାରେ ନିଜଠୁ ସାନ ୧୦ ବର୍ଷ ଅଭିନେତ୍ରୀ କରିନା କପୁର୍‌ଙ୍କୁ ବିବାହ କରିଥିବାବେଳେ ଦୁଇ ବର୍ଷର ପୁଅ ତୈମୁର୍‌ ରହିଛନ୍ତି । ନିକଟରେ ସୈଫ୍‌ଙ୍କ ଅଭିନୀତ ‘ଲାଲ କପ୍ତାନ୍‌ ‘ଜଓ୍ବାନୀ ଜାନେମନ୍‌’, ଆଦି ଫିଲ୍ମର ଶୁଟିଂରେ ବ୍ୟସ୍ତ ରହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

BNP ର ବିଜୟ ପରେ ନିର୍ବାସିତ ଲେଖିକାଙ୍କ ପ୍ରଥମ ପ୍ରତିକ୍ରିୟା: ତାରିକ ରହମାନଙ୍କୁ ଦେଲେ ଏହି ପରାମର୍ଶ

February 13, 2026

ଦୁଇଟି ବନ୍ଦେ ଭାରତ ଟ୍ରେନ୍ ବନ୍ଦ କଲା ରେଳବାଇ: ଜାଣନ୍ତୁ ରୁଟ ଏବଂ କାରଣ

February 13, 2026

ସମାଜବାଦୀ ପାର୍ଟି ମୁଖପାତ୍ର ମନୋଜ ଯାଦବ ଗିରଫ, ଜାଣନ୍ତୁ କାହିଁକି?

February 13, 2026

ନାମିବିୟାକୁ ପରାସ୍ତ କରିବା ପରେ ସୂର୍ଯ୍ୟକୁମାରଙ୍କ ପ୍ରତିକ୍ରିୟା: ପାକିସ୍ତାନ ମ୍ୟାଚ ଉପରେ ଦେଲେ ସଂକେତ

February 13, 2026
Latest News

BNP ର ବିଜୟ ପରେ ନିର୍ବାସିତ ଲେଖିକାଙ୍କ ପ୍ରଥମ ପ୍ରତିକ୍ରିୟା: ତାରିକ ରହମାନଙ୍କୁ ଦେଲେ ଏହି ପରାମର୍ଶ

February 13, 2026

ଦୁଇଟି ବନ୍ଦେ ଭାରତ ଟ୍ରେନ୍ ବନ୍ଦ କଲା ରେଳବାଇ: ଜାଣନ୍ତୁ ରୁଟ ଏବଂ କାରଣ

February 13, 2026

ଟି-୨୦ ବିଶ୍ଵକପର ବଡ ବିପର୍ଯ୍ୟୟ: ଜିମ୍ବାୱେ ଠାରୁ ଅଷ୍ଟ୍ରେଲିଆ ପରାସ୍ତ

February 13, 2026

ସମାଜବାଦୀ ପାର୍ଟି ମୁଖପାତ୍ର ମନୋଜ ଯାଦବ ଗିରଫ, ଜାଣନ୍ତୁ କାହିଁକି?

February 13, 2026

ନାମିବିୟାକୁ ପରାସ୍ତ କରିବା ପରେ ସୂର୍ଯ୍ୟକୁମାରଙ୍କ ପ୍ରତିକ୍ରିୟା: ପାକିସ୍ତାନ ମ୍ୟାଚ ଉପରେ ଦେଲେ ସଂକେତ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.