Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେଜରୀଓ୍ବାଲଙ୍କୁ ଜନ୍ମଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
ଆଜିର ଖବର

କେଜରୀଓ୍ବାଲଙ୍କୁ ଜନ୍ମଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

August 16, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍‌ରୀଓ୍ବାଲ ଆଜି ୫୧ ବର୍ଷ ବୟସରେ ପାଦ ଦେଇଛନ୍ତି । ଏହି ଅବସରରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ବହୁ ନେତା ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି କହିଛନ୍ତି ଯେ, ‘ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ସହିତ ଦୀର୍ଘ ନିରାମୟ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଶୁଭେଚ୍ଛା ଟୁଇଟ୍‌ ପରେ କେଜ୍‌ରୀଓ୍ବାଲା ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାନ ଜଣାଇ କହିଛନ୍ତି ଯେ, – ‘ପିଏମ୍‌ ସାର୍‌ ଆପଣଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ ।’ ସେହିପରି ମମତା ବାନାର୍ଜୀଙ୍କୁ ମଧ୍ୟ ଅରବିନ୍ଦ କେଜ୍‌ରୀଓ୍ବାଲ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ଅରବିନ୍ଦ କେଜ୍ରିଓ୍ବାଲ ଅଗଷ୍ଟ ୧୬, ୧୯୬୮ରେ ଜନ୍ମ ହୋଇଥିଲେ । କେନ୍ଦ୍ର ଓ ଦିଲ୍ଲୀରେ କଂଗ୍ରେସ ସରକାର ସମୟରେ ଭ୍ରଷ୍ଟାଚାର ବିରୋଧରେ ଆନ୍ଦୋଳନରେ ବେଶ୍‌ ସକ୍ରିୟ ଅଂଶଗ୍ରହଣ କରି ‘ଆମ ଆଦ୍‌ମୀ ପାର୍ଟି‘ର ଗଠନ କରିଥିଲେ । ପ୍ରଥମ ଥର ପାଇଁ ୨୦୧୩ ମସିହାରେ ଡିସେମ୍ବରରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ । ମାତ୍ର ସେ ସମୟରେ ତିନି ମାସ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦରେ ରହି ଇସ୍ତଫା ଦେଇଥିଲେ । ଏହାପରେ ୨୦୧୫ ମସିହାରେ ଫେବୃଆରୀ ୧୪ରେ ଦିଲ୍ଲୀରେ ପୁଣି କ୍ଷମତା ପ୍ରାପ୍ତ ହୋଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ମାଓ ଦମନ କ୍ଷେତ୍ରରେ ଓଡିଶା ପୋଲିସକୁ ବ୍ୟାପକ ସଫଳତା ମିଳିଛି: ପୋଲିସ ମହାନିର୍ଦ୍ଦେଶକ

March 6, 2026

ଆଜି ମାର୍ଚ୍ଚ ୬ ତାରିଖ ଶୁକ୍ରବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

March 6, 2026

ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ନିଖୋଜ: ରାଡାରୁ ଯୋଗାଯୋଗ ବିଚ୍ଛିନ୍ନ

March 5, 2026

୨୦୨୬ ଟି୨୦ ବିଶ୍ୱକପ ସେମିଫାଇନାଲ: ଇଂଲଣ୍ଡ ବିରୋଧରେ ବିଶାଳ ସ୍କୋର ଛିଡ଼ା କଲା ଭାରତ

March 5, 2026
Latest News

ମାଓ ଦମନ କ୍ଷେତ୍ରରେ ଓଡିଶା ପୋଲିସକୁ ବ୍ୟାପକ ସଫଳତା ମିଳିଛି: ପୋଲିସ ମହାନିର୍ଦ୍ଦେଶକ

March 6, 2026

ଆଜି ମାର୍ଚ୍ଚ ୬ ତାରିଖ ଶୁକ୍ରବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

March 6, 2026

ଟିମ ଇଣ୍ଡିଆର ଚମତ୍କାର ବିଜୟ: ଇଂଲଣ୍ଡକୁ ପରାସ୍ତ କରି ଟି-୨୦ ବିଶ୍ଵକପ ଫାଇନାଲର ସ୍ଥାନ କଲା ପକ୍କା

March 5, 2026

ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ କହିଲେ ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ ହେବ

March 5, 2026

ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ନିଖୋଜ: ରାଡାରୁ ଯୋଗାଯୋଗ ବିଚ୍ଛିନ୍ନ

March 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.