ପାକିସ୍ତାନ ବାଲୁଚିସ୍ତାନ ପ୍ରାନ୍ତର ରାଜଧାନୀ କ୍ୱେଟାର ଏକ ମସଜିଦରେ ଶୁକ୍ରବାର ବୋମା ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୫ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ କ୍ୱେଟା କୁଲଚଲକର ଅଞ୍ଚଳର ଏକ ମସଜିଦରେ ଏହି ବୋମା ବିସ୍ଫୋରଣ ହୋଇଛି। ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି। ପାକିସ୍ତାନ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।