Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରୀମନ୍ଦିର ସୁରକ୍ଷା ନେଇ କ୍ୟାବିନେଟ୍‌ ବୈଠକ : ଚତୁଃପାର୍ଶ୍ବରୁ 75 ମିଟର ଖାଲି କରାଯିବା ନେଇ ନିଷ୍ପତ୍ତି
ଆଜିର ଖବର

ଶ୍ରୀମନ୍ଦିର ସୁରକ୍ଷା ନେଇ କ୍ୟାବିନେଟ୍‌ ବୈଠକ : ଚତୁଃପାର୍ଶ୍ବରୁ 75 ମିଟର ଖାଲି କରାଯିବା ନେଇ ନିଷ୍ପତ୍ତି

August 17, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
daita ritual start in shree mandir
daita ritual start in shree mandir

ଶୁକ୍ରବାର ରାତ୍ରିରେ ଅନୁଷ୍ଠିତ ହୋଇଯାଈଛି ରାଜ୍ୟ ସରକାରଙ୍କ କ୍ୟାବିନେଟ୍‌ ବୈଠକ । ଏହି ବୈଠକରେ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗକୁ ଗୁରୁତ୍ବ ପ୍ରଦାନ କରାଯାଇଥିଲା । ସୁରକ୍ଷା ଦୃଷ୍ଟିକୋଣରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଖାଲି ହେବା ନେଇ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଜଷ୍ଟିସ ବି ପି ଦାସ କମିଶନଙ୍କ ପ୍ରସ୍ତାବ ଅନୁସାରେ ରାଜ୍ୟ କ୍ୟାବିନେଟ୍ ଏହି ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଆହୁରି 6ଟି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରୁ 75 ମିଟର ପର୍ଯ୍ୟନ୍ତ ଜାଗା ଖାଲି କରାଯିବ । ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ଚତୁଃପାର୍ଶ୍ଵ ଜାଗା ଖାଲି କରାଯିବ ବୋଲି ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଥିନିମନ୍ତେ ଆବଶ୍ୟକ ଜମି ଅଧିଗ୍ରହଣ ଓ ସର୍ଭେ ପାଇଁ ପୁରୀ ଜିଲ୍ଲାପାଳଙ୍କୁ ଦାୟିତ୍ଵ ଦିଆଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ମିଶି ଜିଲ୍ଲାପାଳ ଯୋଜନା ପ୍ରସ୍ତୁତ କରିବେ । ଏଥିପାଇଁ କ୍ଷତିଗ୍ରସ୍ତ ଲୋକ ଅଥବା ସଂସ୍ଥାକୁ ଆବଶ୍ୟକ ଥଇଥାନ କରାଯିବ । ରାଜ୍ୟ ପରିବହନ ନିଗମର ଆର୍ଥିକ ପୁନର୍ଗଠନ ପାଇଁ 77.44 କୋଟି ଟଙ୍କା ଛାଡ଼ କରାଯାଇଛି । ରାଜ୍ୟରେ ମାରିଟାଇମ୍‌ ବୋର୍ଡ ଗଠନ ହେବ ଏବଂ ଏହାର ଆର୍ଥିକ କ୍ଷମତା ରହିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି 12 ଜଣିଆ ବୋର୍ଡର ଅଧ୍ୟକ୍ଷ ରହିବେ ମୁଖ୍ୟ ଶାସନ ସଚିବ। କ୍ଷୁଦ୍ର ବନ୍ଦର ନିର୍ମାଣ, ରକ୍ଷଣାବେକ୍ଷଣ ଓ ପରିଚାଳନା ଦାୟିତ୍ଵ ବୋର୍ଡ କରିବ ।

Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ନ ଅଙ୍ଗଚ୍ଛେଦକୁ ପ୍ରତିହତ କରି ରୋଗୀର ଗୋଡ଼କୁ ରକ୍ଷା କରିବାରେ ସଫଳ ହେଲେ ସମ୍ମମ ଡାକ୍ତର

February 13, 2026

ଜିଲ୍ଲାପାଳ ଅମ୍ରିତ୍ ଋତୁରାଜାଙ୍କ ରାଧାଗୋବିନ୍ଦ ଶେଫାଳି ସଂଗ୍ରହଶାଳା ପରିଦର୍ଶନ

February 13, 2026

ବର୍ଷା ଯୋଗୁଁ ଧୋଇଯିବ କି ଭାରତ-ପାକିସ୍ତାନ ମ୍ୟାଚ୍?: ଜାଣନ୍ତୁ ପାଣିପାଗ ଅପଡେଟ୍

February 13, 2026

BNP ର ବିଜୟ ପରେ ନିର୍ବାସିତ ଲେଖିକାଙ୍କ ପ୍ରଥମ ପ୍ରତିକ୍ରିୟା: ତାରିକ ରହମାନଙ୍କୁ ଦେଲେ ଏହି ପରାମର୍ଶ

February 13, 2026
Latest News

ଆସନ୍ନ ଅଙ୍ଗଚ୍ଛେଦକୁ ପ୍ରତିହତ କରି ରୋଗୀର ଗୋଡ଼କୁ ରକ୍ଷା କରିବାରେ ସଫଳ ହେଲେ ସମ୍ମମ ଡାକ୍ତର

February 13, 2026

ଜିଲ୍ଲାପାଳ ଅମ୍ରିତ୍ ଋତୁରାଜାଙ୍କ ରାଧାଗୋବିନ୍ଦ ଶେଫାଳି ସଂଗ୍ରହଶାଳା ପରିଦର୍ଶନ

February 13, 2026

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ମହାପ୍ରଭୁଙ୍କ ଦର୍ଶନ କରିବେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଭକ୍ତ

February 13, 2026

ବର୍ଷା ଯୋଗୁଁ ଧୋଇଯିବ କି ଭାରତ-ପାକିସ୍ତାନ ମ୍ୟାଚ୍?: ଜାଣନ୍ତୁ ପାଣିପାଗ ଅପଡେଟ୍

February 13, 2026

BNP ର ବିଜୟ ପରେ ନିର୍ବାସିତ ଲେଖିକାଙ୍କ ପ୍ରଥମ ପ୍ରତିକ୍ରିୟା: ତାରିକ ରହମାନଙ୍କୁ ଦେଲେ ଏହି ପରାମର୍ଶ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.