ରାଜ୍ୟ ସରକାର ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ଏହି ଅଦଳ ବଦଳରେ ଗଗନ ଧଳଙ୍କୁ ଓଏଫ୍ଡିସିର ଅଧ୍ୟକ୍ଷ ଦାୟିତ୍ବ ମିଳିଛି । ଏଣିକି ଏହି ପଦବୀ ମୁଖ୍ୟ ଶାସନ ସଚିବଙ୍କ ପଦବୀ ସହିତ ସମାନ ରହିବ । ସୁରେଶ ମହାପାତ୍ରଙ୍କୁ ଉନ୍ନୟନ କମିଶନର ଭାବରେ ଦାୟିତ୍ବ ପ୍ରଦାନ କରାଯିବା ସହିତ ଅତିରିକ୍ତ ଭାବରେ ଯୋଜନା ଓ ସମନ୍ବୟ ବିଭାଗ ଦାୟିତ୍ବ ମଧ୍ୟ ପ୍ରଦାନ କରାଯାଇଛି । ସୁଦର୍ଶନ ପାଲ୍ଙ୍କୁ କେବିକେ ମୁଖ୍ୟ ପ୍ରଶାସକ ଭାବରେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଥିବା ବେଳେ ପ୍ରଦୀପ୍ତ ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିଶନର ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦାୟିତ୍ବ ନ୍ୟସ୍ତ କରାଯାଇଛି । ମୋନା ଶର୍ମାଙ୍କୁ ଜଙ୍ଗଲ ଏବଂ ପରିବେଶ ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ଶିଳ୍ପ ସଚିବ ରହିଥିବା ସଞ୍ଜୀବ ଚୋପ୍ରାଙ୍କୁ ଗୃହ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ମନୋଜ ମିଶ୍ରଙ୍କୁ ଆଇଟି ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି ।