ବନ୍ୟା ପ୍ରପୀଡିତ କେରଳର ଓ୍ବାୟାନାଡର ସଫେଇ କାର୍ଯ୍ୟକ୍ରମରେ ଏକ ଲକ୍ଷରୁ ଅଧିକ ସ୍ବେଚ୍ଛାସେବୀ ଅଂଶ ଗ୍ରହଣ କରିବେ । ରବିବାର ଅନୁଷ୍ଠିତ ହେବାକୁ ଥିବା ଏହି ସଫେଇ କାର୍ଯ୍ୟକ୍ରମରେ ଏକାଧିକ ଛାତ୍ରଛାତ୍ରୀ, ସ୍ବେଚ୍ଛାସେବୀ ସଙ୍ଗଠନ ଏହି କାର୍ଯ୍ୟକ୍ରମରେ ଭାଗ ନେବେ । ରବିବାର ସକାଳ 9ଟାରୁ ଏହି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ନିକଟରେ ଘଟିଥିବା ବନ୍ୟା ଏବଂ ଭୂସ୍ଖଳନରେ ଓ୍ବାୟାନାଡ ଭୟଙ୍କର ଭାବରେ ପ୍ରଭାବିତ ହୋଇଥିଲା । ଶୁକ୍ରବାର ଏକ ବୈଠକ ପରେ ରବିବାର ଏହି ସଫେଇ କାର୍ଯ୍ୟକ୍ରମ ହେବା ନେଇ ସ୍ଥିର ହୋଇଥିଲା ।