ମାଲକାନଗିରି ଜିଲ୍ଲା ସୀମାନ୍ତବର୍ତ୍ତୀ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲ୍ଲାରେ ଆନ୍ଧ୍ର ଓଡିଶା ବର୍ଡର ଜୋନାଲ କମିଟିର ଜଣେ କମାଣ୍ଡର ସମେତ ତିନିଜଣ ମାଓବାଦୀ ବିଶାଖାପାଟଣା ଏସ୍.ପିଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି ।ଆନ୍ଧ୍ର ଓଡ଼ିଶା ବର୍ଡର ଗାଲିକୋଣ୍ଡା ଦଳମର ବିସିଏମ୍ ନବୀନ ଓରଫ ଲିଙ୍ଗାୟା ଯିଏ କି ଦୀର୍ଘ 15 ବର୍ଷ ଧରି ଏହି ଦଳରେ ଡେପୁଟି କମାଣ୍ଡର ଭାବେ କାର୍ଯ୍ୟ କରିଥିଲେ । ନବୀନଙ୍କ ନାମରେ 6 ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ସେହିପରି କୋରା ଭେଙ୍କଟ ରାଓ ଏବଂ ସିନ୍ଧାରି କଣ୍ଡାରି ମଧ୍ୟ ଆତ୍ମ ସମର୍ପଣ କରିଛନ୍ତି । ଉଭୟ ଦୀର୍ଘ ସାତବର୍ଷ ଧରି କାର୍ଯ୍ୟ କରୁଥିବା ବେଳେ ଆନ୍ଧ୍ର ଓଡିଶା ସୀମାନ୍ତବର୍ତ୍ତୀ ଅଞ୍ଚଳର ବହୁ ହିଂସାରେ ସମ୍ପୃକ୍ତ ।
Tags: