ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି । ଭୁବନେଶ୍ବର ସ୍ଥିତ ବିଧାୟକଙ୍କ ସରକାରୀ ବାସଭବନରେ ରବିବାର ବିଳମ୍ବିତ ରାତିରେ ନିଆଁ ଲାଗିଥିଲା । ଏହି ଅଗ୍ନିକାଣ୍ଡରେ ଦୁଇଟି କାର, ଦୁଇଟି ବାଇକ୍ ଏବଂ 2 ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ କେହି ଦୂର୍ବୁର୍ତ୍ତ ନିଆଁ ଲଗାଇଥିବାର ଅନୁମାନ କରାଯାଉଛି । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିବା ବେଳେ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।