Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆଦିଲ୍ଲୀରେ ପ୍ରସନ୍ନ ପାଟ୍ଟଶାଣୀ କେନ୍ଦ୍ର ବିଜେପି ନେତାଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଫଟୋକୁ ନେଇ ଚାଲିଛି ଚର୍ଚ୍ଚା।
ଆଜିର ଖବର

ନୂଆଦିଲ୍ଲୀରେ ପ୍ରସନ୍ନ ପାଟ୍ଟଶାଣୀ କେନ୍ଦ୍ର ବିଜେପି ନେତାଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଫଟୋକୁ ନେଇ ଚାଲିଛି ଚର୍ଚ୍ଚା।

August 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
NEW DELHI, AUG 18 (UNI:- Delhi BJP President and MP Manoj Tiwari along with Yoga Guru and Health Advisor Dr. Anil Jain,Former Senior BJP MP Dr.Prasanna Kumar Patasani releasing upcoming move Silver Gandhi poster, in New Delhi UNI PHOTO-

ସମୀକ୍ଷା ବ୍ୟୁରୋ

ନିର୍ବାଚନ ପରେ ପରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତ୍ତନ ସାଂସଦ ଡ.ପ୍ରସନ୍ନ ପାଟ୍ଟଶାଣୀ ନୂଆ ଦିଲ୍ଲୀରେ ଯୋଗଦେଇଥିବା ଏକ ଫଟୋକୁ ନେଇ ଚାଲିଛି ଚର୍ଚ୍ଚା। ଜଣେ ନେତା ତଥା ପୂର୍ବତ୍ତନ ସାଂସଦ ଭାବେ କୌଣସ କାର୍ଯ୍ୟକ୍ରମ ବା ଉତ୍ସବରେ ଯୋଗଦେବା କିଛି ଭୁଲ ନୁହେଁ। ହେଲେ ପ୍ରସନ୍ନ ପାଟ୍ଟଶାଣୀ ବିଜେପି ନେତାଙ୍କ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନେଇ ଚାଲିଛି ଚର୍ଚ୍ଚା। ଗତକାଲି ନୂଆଦିଲ୍ଲରେ ଏକ ଯାଗ କାର୍ଯ୍ୟକ୍ରମ ଥିଲା। ଏଥିରେ ଦିଲ୍ଲୀ ବିଜେପି ସଭାପତି ତଥା ସାଂସଦ ମନୋଜ ତିୱାରୀଙ୍କ ସହିତ ପ୍ରସନ୍ନ ପାଟ୍ଟଶାଣୀ ଅତିଥି ଥିଲେ। ଏଥିସହିତ ଯୋଗଗୁରୁ ଅନୀଲ ଜୈନ ମଧ୍ୟ ଅତିଥି ଥିଲେ। ଅବଶ୍ୟ କାର୍ଯ୍ୟକ୍ରମଟି ଯୋଗ ସଂପର୍କିତ ଥିବାରୁ ପ୍ରସନ୍ନ ପାଟ୍ଟଶାଣ ସେଥିରେ ଯୋଗଦେବା କିଛି ଭୁଲ ନୁହେଁ। ଏପରିକି ବିଜେପି ନେତାଙ୍କ ସହିତ ମଞ୍ଚରେ ବସିବା ମଧ୍ୟ ଭୁଲ ନୁହେଁ। ହେଲେ ବର୍ତ୍ତମାନ ପ୍ରସନ୍ନ ପାଟ୍ଟଶାଣୀଙ୍କ ରଜନୈତିକ ପରିସ୍ଥିତି ଯାହା ସେଥିରେ ବିଜେପି ନେତାଙ୍କ ସହିତ ଯୋଗଦେବା ବିଭିନ୍ନ ମହଲରେ ଆଲୋଚନା ଚାଲିଛି। ଗତ ନିର୍ବାଚନରେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଭୁବନେଶ୍ବର ସାଂସଦ ଟିକେଟ ଦିଆଗଲା ନାହିଁ। ତା ବଦଳରେ ରାଜ୍ୟସଭା ସଦସ୍ୟ କରାଯିବ ବୋଲି ଘୋଷଣା କରାଯାଇଥିଲା। ହେଲେ ତାହା ମଧ୍ୟ ପ୍ରଦାନ କରାଗଲା ନାହିଁ। ସେଥିପାଇଁ ଚାରିଆଡେ ଚର୍ଚ୍ଚା ହେଲା ଯେ, ବାବା ଆଉ ନବୀନଙ୍କ ଗୁଡ ବୁକରେ ନାହାଁନ୍ତି। ସେ କୁଆଡେ ଦଳ ଛାଡିଦେବେ ବୋଲି ଆଲୋଚନା ଚାଲିଲା। ତେବେ ସେ ଦଳ ଛାଡିବେ ନାହିଁ ବୋଲି ପ୍ରସନ୍ନ ରୋକଠୋକ କହିଥିଲେ। ତେବେ ବର୍ତ୍ତମାନ ଦିଲ୍ଲୀରେ ବିଭିନ୍ନ ବିଜେପି ନେତାଙ୍କୁ ଭେଟିବା ଏବଂ ସେମାନଙ୍କ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଏପରି ପରାଜୟକୁ ଭୁଲିପାରିବେ ନାହିଁ ପାକିସ୍ତାନୀ: ଦୁବାଇରେ ପୁଣି ଥରେ ଧୋଇଲା ଭାରତ

September 22, 2025

ଟ୍ରମ୍ପଙ୍କ ‘ଭିସା ବୋମା’କୁ ଏଡ଼ାଇବା ପାଇଁ ଉପାୟ ପାଇଲେ ଭାରତୀୟ; ଜାଣନ୍ତୁ ବିକଳ୍ପ

September 21, 2025

ରାଜରାସ୍ତାରେ ସରକାରୀ ମାଧ୍ୟମିକ ସ୍କୁଲ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ

September 21, 2025

ନବ ବିବାହିତ ଯୁବକଙ୍କ ଆତ୍ମହତ୍ୟା

September 21, 2025
Latest News

ଏପରି ପରାଜୟକୁ ଭୁଲିପାରିବେ ନାହିଁ ପାକିସ୍ତାନୀ: ଦୁବାଇରେ ପୁଣି ଥରେ ଧୋଇଲା ଭାରତ

September 22, 2025

ଟ୍ରମ୍ପଙ୍କ ‘ଭିସା ବୋମା’କୁ ଏଡ଼ାଇବା ପାଇଁ ଉପାୟ ପାଇଲେ ଭାରତୀୟ; ଜାଣନ୍ତୁ ବିକଳ୍ପ

September 21, 2025

ରାଜରାସ୍ତାରେ ସରକାରୀ ମାଧ୍ୟମିକ ସ୍କୁଲ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ

September 21, 2025

ଆସନ୍ତୁ ଏପରି ଉତ୍ପାଦ କିଣିବା ଯାହା ଭାରତରେ ତିଆରି ହୋଇଛି: ପ୍ରଧାନମନ୍ତ୍ରୀ

September 21, 2025

ନବ ବିବାହିତ ଯୁବକଙ୍କ ଆତ୍ମହତ୍ୟା

September 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.