ରାଜ୍ୟରେ ୨ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶକୁ ଆଜି ମଞ୍ଜୁରି ମିଳିଛି । ରାଜ୍ୟ ହାଇଲେବଲ କ୍ଲିଅରାନ୍ସ ଅଥରିଟି ବୈଠକରେ ପୁଞ୍ଚି ନିବେଶକୁ ମଞ୍ଜୁରି ମିଳିଛି । ବିଭିନ୍ନ କ୍ଷେତ୍ରରେ ନିବେଶ ପରେ ରାଜ୍ୟରେ ୨୭୦୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତିର ଅବସର ମିଳିବ । ଆଜି ଭୁବନେଶ୍ୱର ଖାରବେଳ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ହାଇଲେଭେଲ କ୍ଲିଅରାନ୍ସ ଅଥରିଟି ବୈଠକ ବସିଛି । ଏହି ବୈଠକରେ ରାଜ୍ୟରେ ୨ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶକୁ ମଞ୍ଜୁରି ପ୍ରଦାନ କରାଯାଇଛି । ଏଥିରେ ୫ଟି ପେଟ୍ରୋକେମିକାଲ୍ସ ପ୍ରକଳ୍ପ ପାଇଁ ମଞ୍ଜୁରୀ ମିଳିଛି । ହଳଦିଆ ପେଟ୍ରୋକେମିକାଲ୍ସ ସୁବର୍ଣ୍ଣରେଖା ବନ୍ଦର ନିକଟରେ ପ୍ରକଳ୍ପ କରିବ । ହାଇଡ୍ରୋ କାର୍ବନ ପ୍ରସେସିଂ କମ୍ପଲେକ୍ସରେ ୭୪ହଜାର କୋଟି ଟଙ୍କା ନିବେଶ କରାଯିବ । ହଳଦିଆ କେମିକାଲ୍ସ ପ୍ରକଳ୍ପ ଦ୍ୱାରା ରାଜ୍ୟରେ ୧୦ହଜାର ନିଯୁକ୍ତି ସୁଯୋଗ ରହିଛି । ଏହି ମିଟିଂରେ ତୈଳ ବିଶୋଧନାଗାର ସଂପ୍ରସାରଣକୁ ମଧ୍ୟ ଏଚଏଲସିଏ ମଂଜୁରୀ ମିଳିଛି । ଏହି ସଂପ୍ରସାରଣ ସହ କିଛି ନୂଆ ପ୍ଲାଣ୍ଟ ମଧ୍ୟ କରାଯିବ ଏବଂ ଏଥିରେ ୧ଲକ୍ଷ କୋଟି ନିବେଶ କରାଯିବ । ତୈଳ ବିଶୋଧନାଗାର ସଂପ୍ରସାରଣ ଓ ନୂଆ ପ୍ଲାଣ୍ଟରେ ୧୨,୫୯୫ ଲୋକଙ୍କୁ ନିଯୁକ୍ତି ସୁଯୋଗ ରହିବ । ସେହିପରି କଳିଙ୍ଗ ନଗରରେ ଜିନ୍ଦଲ ଷ୍ଟିଲ ପ୍ରସେସିଂ ପ୍ଲାଣ୍ଟକୁ ମଧ୍ୟ ଏଚଏଲସିଏର ମଞ୍ଜୁରୀ ମିଳିଛି । ଏହି ପ୍ଲାଣ୍ଟରେ ୧୬୭୬କୋଟି ଟଙ୍କା ନିବେଶ କରାଯିବା ସହ ୧୩୦୦ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ।