Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉତ୍ତର ଭାରତରେ ଭୟଙ୍କର ବନ୍ୟା ପରିସ୍ଥିତି : ଦିଲ୍ଲୀର ଯମୁନା ନଦୀରେ ଜଳସ୍ତର ବୃଦ୍ଧି
ଆଜିର ଖବର

ଉତ୍ତର ଭାରତରେ ଭୟଙ୍କର ବନ୍ୟା ପରିସ୍ଥିତି : ଦିଲ୍ଲୀର ଯମୁନା ନଦୀରେ ଜଳସ୍ତର ବୃଦ୍ଧି

August 20, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଉତ୍ତର ଭାରତରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟିହୋଇଛି। ରାଜଧାନୀ ଦିଲ୍ଳୀ ଓ ଏହାର ଉପକଣ୍ଠରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଯାଇଛି । ହରିୟାଣାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବାରୁ ଦିଲ୍ଲୀ ନିକଟ ଦେଇ ଯାଇଥିବା ଯମୁନା ନଦୀର ଜଳସ୍ତର ବଢ଼ିଛି । ହରିୟାଣାର ହାଥିନୀକୁଣ୍ଡ ବ୍ୟାରେଜରୁ ବନ୍ୟା ଜଳ ନିଷ୍କାସିତ ହେବା ପରେ ଦିଲ୍ଲୀରେ ଯମୁନାର ଜଳ ବିପଦ ସଂକେତ ଦେଇ ଅତିକ୍ରମ କରୁଛି । ତଳିଆ ଅଞ୍ଚଳରୁ ପ୍ରାୟ ୧୦ ହଜାର ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ବନ୍ୟା ପୀଡ଼ିତ ଲୋକଙ୍କୁ ଆଶ୍ରୟସ୍ଥଳରେ ରନ୍ଧା ଖାଦ୍ୟ ଦିଆଯାଉଛି । ଦିଲ୍ଲୀରେ ବନ୍ୟା ଯୋଗୁଁ ଲୋକେ ଧନସମ୍ପତ୍ତି କ୍ଷୟକ୍ଷତିର ଶିକାର ହୋଇଛନ୍ତି । ଏଥିପାଇଁ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ କରାଯାଇଛି । ଉଦ୍ଧାରକାରୀ ଟିମ ନିଜର ଅପରେଶନ ଜାରି ରଖିଛନ୍ତି । ବନ୍ୟାପୀଡ଼ିତଙ୍କ ପାଇଁ ୨୧୨୦ଟି ରିଲିଫ କେନ୍ଦ୍ର କରାଯିବ । ସେଥିରୁ ୧୧୦୦ ଶିବିର ପ୍ରସ୍ତୁତ ହୋଇସାରିଛି । ଦିଲ୍ଲୀର ତଳିଆ ଅଞ୍ଚଳରେ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ୩୦ଟି ସ୍ଥାନକୁ ପଏଣ୍ଟ କରାଯାଇଛି । ଏଥି ସହିତ ୫୩ଟି ଡଙ୍ଗାକୁ ପ୍ରସ୍ତୁତ ରଖାଯାଇଛି । ସାଧାରଣ ଲୋକଙ୍କର ଜୀବନ ରକ୍ଷା ପାଇଁ ହେଲ୍ପଲାଇନ ନମ୍ବର ୨୧୨୧୦୮୪୯, ୨୨୪୨୧୬୫୬ ଜାରି କରାଯାଇଛି ।  ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷାଜନିତ ବନ୍ୟା ପରିସ୍ଥିତି ଯୋଗୁ ସୋମବାର ସୁଦ୍ଧା ୩୮ ଜଣଙ୍କ ପ୍ରାଣହାନି ଘଟିଥିବା ଜଣାପଡ଼ିଛି। ହରିୟାଣା, ପଞ୍ଜାବ, ଜମ୍ମୁ-କଶ୍ମୀରରେ ବନ୍ୟା ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ହରିଦ୍ୱାରରେ ଗଙ୍ଗା ନଦୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ଦିଲ୍ଲୀରେ ଯମୁନା ନଦୀ ବିପଦସଙ୍କେତ ଟପିଥିବା ଜଣାପଡ଼ିଛି। ପଞ୍ଜାବରେ ଭାକ୍ରା ଜଳଭଣ୍ଡାରର ନିମ୍ନଭାଗ ଜଳାର୍ଣ୍ଣବ ହୋଇପଡ଼ିବାରୁ ଅନେକ କ୍ଷତି ଘଟିଛି। ବର୍ଷା ଓ ବନ୍ୟା ଯୋଗୁ ଅନେକ ଘର ଭାଙ୍ଗିଯାଇ ଥିବାବେଳେ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏପରିକି ବହୁ ଚାଷଜମି କ୍ଷତିଗ୍ରସ୍ତ ହେବା ସହ ଜଳାର୍ଣ୍ଣବ ଯୋଗୁ ଯାତାୟାତରେ ବାଧା ସୃଷ୍ଟିହୋଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ପ୍ରତି ଦୟା ଦେଖାଇଲେ ଟ୍ରମ୍ପ!: ରୁଷୀୟ ତୈଳ କ୍ରୟ ସମ୍ପର୍କରେ କଲେ ଆଶ୍ଚର୍ଯ୍ୟଜନକ ଘୋଷଣା

March 6, 2026

ୟୁନିଭରସିଟି ଅଫ୍‍ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ଏସ୍‍ ଆଣ୍ଡ ଟି  ମଧ୍ୟରେ ଏମ୍‍ଓୟୁରେ ସ୍ୱାକ୍ଷର

March 6, 2026

ଏଆଇ ଯୁଗ କେବଳ ଅପଗ୍ରେଡ୍ ନୁହେଁ, ଏହା ଅର୍ଥନୀତି ପାଇଁ ଏକ ପୁନଃର୍ବିନ୍ୟାସ: ଜିଓ ପ୍ଲାଟଫର୍ମସ ସିଇଓ

March 6, 2026

ମାଓ ଦମନ କ୍ଷେତ୍ରରେ ଓଡିଶା ପୋଲିସକୁ ବ୍ୟାପକ ସଫଳତା ମିଳିଛି: ପୋଲିସ ମହାନିର୍ଦ୍ଦେଶକ

March 6, 2026
Latest News

ଭାରତ ପ୍ରତି ଦୟା ଦେଖାଇଲେ ଟ୍ରମ୍ପ!: ରୁଷୀୟ ତୈଳ କ୍ରୟ ସମ୍ପର୍କରେ କଲେ ଆଶ୍ଚର୍ଯ୍ୟଜନକ ଘୋଷଣା

March 6, 2026

ଆଜି “କୃଷି ଏବଂ ଗ୍ରାମୀଣ ରୂପାନ୍ତରଣ” ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

March 6, 2026

ୟୁନିଭରସିଟି ଅଫ୍‍ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ଏସ୍‍ ଆଣ୍ଡ ଟି  ମଧ୍ୟରେ ଏମ୍‍ଓୟୁରେ ସ୍ୱାକ୍ଷର

March 6, 2026

ଅମିତ ଶାହଙ୍କ ଓଡ଼ିଶା ଗସ୍ତ: ଜାଣନ୍ତୁ ଆଜିର କାର୍ଯ୍ୟକ୍ରମ

March 6, 2026

ଏଆଇ ଯୁଗ କେବଳ ଅପଗ୍ରେଡ୍ ନୁହେଁ, ଏହା ଅର୍ଥନୀତି ପାଇଁ ଏକ ପୁନଃର୍ବିନ୍ୟାସ: ଜିଓ ପ୍ଲାଟଫର୍ମସ ସିଇଓ

March 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.