କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପା ମଙ୍ଗଳବାର ନିଜର ମନ୍ତ୍ରୀ ମଣ୍ଡଳ ଗଠନ କରିଛନ୍ତି । 17 ଜଣ କ୍ୟାବିନେଟ୍ ମନ୍ତ୍ରୀ ୟେଦୁରପ୍ପାଙ୍କ ମନ୍ତ୍ରୀମଣ୍ଡଳରେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଭାଜୁ ଭାଇ ଭାଲ୍ଲା ଏହି ସମସ୍ତ ବିଧାୟକଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ଶପଥ ଗ୍ରହଣ କରିଥିବା ବିଧାୟକଙ୍କ ମଧ୍ୟରେ କେ ଏସ୍ ଇଶ୍ବରପ୍ପା, ଜଗଦୀଶ ସେଟ୍ଟାର, ସିଟି ରବି ଏବଂ ବାସଭରାଜ ବୋମ୍ମାଇ ପ୍ରମୁଖ ରହିଛନ୍ତି । କ୍ୟାବିନେଟ୍ର ସମ୍ପ୍ରସାରଣ ନେଇ ୟେଦୁରପ୍ପା ସୋମବାର ଦିନ ସୂଚନା ପ୍ରଦାନ କରିଥିଲେ । ଶପଥ ଗ୍ରହଣର ତିନି ସପ୍ତାହ ପର୍ଯ୍ୟନ୍ତ ୟେଦୁରପ୍ପା ନିଜର ମନ୍ତ୍ରୀମଣ୍ଡଳ ଗଠନ କରିନଥିଲେ । ସେହିପରି ମନ୍ତ୍ରୀ ଭାବରେ ଗୋବିନ୍ଦ ମକ୍ଥାପ୍ପା କାରାଜୋଲ୍, ଡ. ଅଶ୍ବତ୍ଥ ନାରାୟଣ, ଲକ୍ଷ୍ମଣ ସାଙ୍ଗପ୍ପା, ଆର୍ ଅଶୋକା, ବି ଶ୍ରୀରାମୁଲୁ, ଏସ୍ ସୁରେଶ କୁମାର, ଭି ସୋମାନ୍ନା, କୋଟା ଶ୍ରୀନିବାସ ପୂଜାରୀ, ଜେସି ମୁଧୁସ୍ବାମୀ, ଚନ୍ନାପ୍ପାଗୌଡା ପାଟିଲ୍, ଏଚ୍ ଗଣେଷ, ପ୍ରଭୁ ଚୌହାନ ଏବଂ ଜୋଲ୍ଲେ ଶଶୀକଳା ଆନ୍ନାସାହେବ ପ୍ରମୁଖ ଶପଥ ଗ୍ରହଣ କରିଛନ୍ତି ।