କେନ୍ଦ୍ର ସରକାରଙ୍କ ପକ୍ଷରୁ “ଓ୍ବାନ୍ ନେସନ ୱାନ ରାସନ କାର୍ଡ଼” ବ୍ୟବସ୍ଥା ଖୁବ ଶୀଘ୍ର ଲାଗୁ କରାଯିବ । ସେହି ବ୍ୟବସ୍ଥା ଅନୁସାରେ ଏଣିକି ଯେକୌଣସି ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ମଧ୍ୟ ଏହାର ଅନ୍ତର୍ଗତ ହେବେ। ଯୋଗ୍ୟ ହିତାଧିକାରୀ ବ୍ୟବସ୍ଥାରେ ଯେକୌଣସି ସ୍ଥାନରୁ ରାସନ ପାଇପାରିବେ । ଏହି ବ୍ୟବସ୍ଥା ସେପ୍ଟେମ୍ବର ୧ରୁ ଭୁବନେଶ୍ୱର ମହାନଗର ନିଗମରୁ ଆରମ୍ଭ କରାଯିବ । ପରବର୍ତ୍ତୀ ସମୟରେ ଏହା ସବୁ ସ୍ଥାନରେ ଲାଗୁ କରାଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି ।