ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆଜି ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ରାଜୀବ ଗାନ୍ଧିଙ୍କ ୭୫ତମ ଜନ୍ମଜୟନ୍ତୀ ଅବସରରେ ମନମୋହନ ସିଂହ କହିଛନ୍ତି ଯେ, ‘ଦେଶରେ ବଢୁଥିବା ଅସହିଷ୍ଣୁତା ଓ ସାମ୍ପ୍ରଦାୟିକ ଧ୍ରୁବୀକରଣ ଓ ମୁବ୍ ଲିଚିଂ ପରି ଘଟଣାଗୁଡ଼ିକ ଆମ ରାଜନୀତି ଓ ସମାଜକୁ କ୍ଷତି ପହଞ୍ଚାଉଛି । ଆମେ ରାଜୀବ ଗାନ୍ଧିଙ୍କ ମାର୍ଗରେ ଚାଲିବା ଉଚିତ୍ । ସ୍ବର୍ଗତ ରାଜୀବ ଗାନ୍ଧି ଶାନ୍ତି, ଏକୀକରଣ ଓ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ଗୁରୁତ୍ବ ଦେଉଥିଲେ । ଭାରତ ଅବିଭାଜ୍ୟ ଓ ଧର୍ମନିରପେକ୍ଷ ଆମର ରାଷ୍ଟ୍ରବାଦର ଆଧାର । କୌଣସି ଧର୍ମ ବିଦ୍ବେଷ ତଥା ଅସହିଷ୍ଣୁତାର ଶିକ୍ଷା ଦିଏ ନାହିଁ ବୋଲି କହିଛନ୍ତି ମନମୋହନ ସିଂହ । ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ସୋମବାର ଦିନ ରାଜସ୍ଥାନରୁ କଂଗ୍ରେସର ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନର୍ବାଚିତ ହୋଇଛନ୍ତି। ସେ ଅଗଷ୍ଟ ୧୩ରେ ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ।