ମହିଳା କମିସନ ଅଧ୍ୟକ୍ଷା ଦାୟିତ୍ବ ନେଇଛନ୍ତି ମିନତି ବେହେରା । ଏହି ଦାୟିତ୍ବ ନେବା ପରେ ମିନତି ବେହେରା ପ୍ରତିକ୍ରିୟା ରଖିଛନ୍ତି । ଅଭିଯୋଗ ହେବାର ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ମିନତି। ସେହିପରି ମିଷ୍ଟର କହ୍ନେୟା ଫିଲ୍ମ ପୋଷ୍ଟରକୁ ନେଇ ମଧ୍ୟ ମିନତିଙ୍କ ପ୍ରତିକ୍ରିୟା ରଖିଛନ୍ତି । ମହିଳାଙ୍କୁ ଏଭଳି ଚିତ୍ରିତ କରିବା ଠିକ୍ ହୋଇନି, ଆଇନ୍ର ପରିଧି ଭିତରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମିନତି କହିଛନ୍ତି । ମିଷ୍ଟର କହ୍ନେୟା ଫିଲ୍ମ ପୋଷ୍ଟରକୁ ନେଇ ବିବାଦ ବଢିବାରେ ଲାଗିଛି । ଏହି ବିବାଦୀୟ ପୋଷ୍ଟର ପାଇଁ ଫିଲ୍ମର ପ୍ରଯୋଜକ ତଥା ଅଭିନେତାଙ୍କ ବିରୁଦ୍ଧରେ ଏତଲା ମଧ୍ୟ ରୁଜୁ କରାଯାଇଛି ।