ବିଜେନ୍ଦର ଗୁପ୍ତାଙ୍କ ମାନହାନି ମୋକଦ୍ଦମା ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ କେଜ୍ରିଓ୍ବାଲ

Published: Aug 20, 2019, 2:56 pm IST

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ତାଙ୍କ ବିରୋଧରେ କରାଯାଇଥିବା ମାନହାନି ମୋକଦ୍ଦମା ବିପକ୍ଷରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ବିଜେପି ନେତା ବିଜେନ୍ଦର ଗୁପ୍ତାଙ୍କ ପକ୍ଷରୁ ଦାଖଲ କରାଯାଇଥିବା ମାନହାନି ମୋକଦ୍ଦମା ବିପକ୍ଷରେ ମଙ୍ଗଳବାର କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି କେଜ୍ରିଓ୍ବାଲ । ମଙ୍ଗଳବାର ଶୁଣାଣିରେ ଜଷ୍ଟିସ୍‌ ମନୋଜ କୁମାର ଓହରିଙ୍କ ସମ୍ମୁଖରେ ହାଜର ହୋଇଥିଲେ କେଜ୍ରିଓ୍ବାଲ । ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ ବିଜେନ୍ଦର ଗୁପ୍ତାଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ କରିଛନ୍ତି କେଜ୍ରିଓ୍ବାଲ୍‌ । ବିଚାରପତି କେଜ୍ରିଓ୍ବାଲଙ୍କ ମାମଲାକୁ ଗ୍ରହଣ କରିବା ସହିତ ଆସନ୍ତା 23 ତାରିଖରେ ମାମଲାର ବିଚାର ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କେଜ୍ରିଓ୍ବାଲଙ୍କୁ ବିଜେପି ନେତା ବିଜେନ୍ଦର ଗୁପ୍ତା ହତ୍ୟା କରିବାର ଚେଷ୍ଟା କରୁଛନ୍ତି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରିଥିଲେ । ସାମାଜିକ ଗଣମାଧ୍ୟମରେ ଏହା ତାଙ୍କର ଛବି ମଳିନ କରୁଥିବାର ଅଭିଯୋଗ କରି ମାମଲା ଦାୟର କରିଥିଲେ ବିଜେନ୍ଦର ଗୁପ୍ତା ।

Related posts