ଜମ୍ମୁ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥି କରିବା ପାଇଁ ପୁଣି ଇଚ୍ଛା ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କଶ୍ମୀରକୁ ନେଇ ଯେଉଁ ବିବାଦ ରହିଛି ଏଥିରେ ମୁଖ୍ୟ କାରଣ ଧର୍ମ ବୋଲି ଟ୍ରମ୍ପ କହିଛନ୍ତି । ଏହି ବିବାଦର ସମାଧାନ ହେବା ଦରକାର ବୋଲି ସେ ସୋମବାର ଟ୍ବିଟ୍ କରିଛନ୍ତି । ଫ୍ରାନ୍ସରେ ଅନୁଷ୍ଠିତ ହେବାକୁ ଥିବା ଜି-7 ବୈଠକରେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଟ୍ରମ୍ପ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ରାଷ୍ଟ୍ରପତିଙ୍କ ସହିତ 30 ମିନିଟ୍ ଧରି କଶ୍ମୀର ପ୍ରସଙ୍ଗରେ ଫୋନରେ କଥା ହୋଇଥିଲେ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଫୋନ୍ କରି ଟ୍ରମ୍ପଙ୍କୁ ମଧ୍ୟସ୍ଥି ପାଇଁ ପ୍ରସ୍ତାବ ଦେଇଥିଲେ । ପ୍ରଥମେ ଅରାଜି ହେବା ପରେ ପରେ ମଧ୍ୟସ୍ଥତା ପ୍ରସ୍ତାବ ଦେବା ପରେ ପୁଣି ଏଥିରୁ ଓହରିଥିଲେ ଟ୍ରମ୍ପ ମାତ୍ର ଗତକାଲି ପୁଣି ମଧ୍ୟସ୍ଥତାର ପ୍ରସ୍ତାବ ଦେବା ପଛର କାରଣ ଜଣାପଡିନାହିଁ । ଉଲ୍ଲେଖଯୋଗ୍ୟ ଯେ, ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦରେ ଚାଇନା ମାଧ୍ୟମରେ କଶ୍ମୀର ପ୍ରସଙ୍ଗ ଉଠାଇଥିଲା । ହେଲେ ଏହା ଦ୍ୱିପାକ୍ଷିକ ମାମଲା କହି ଆମେରିକା ସହିତ ଅନ୍ୟାନ୍ୟ ରାଷ୍ଟ୍ର ପାକିସ୍ତାନର ଦାବିକୁ ଖାରଜ କରି ଦେଇଥିଲେ ।
ଜମ୍ମୁ କାଶ୍ମୀରରେ ମଧ୍ୟସ୍ଥତା ପାଇଁ ଇଚ୍ଛା ପ୍ରକାଶ କଲେ ଟ୍ରମ୍ପ
Published:
Aug 21, 2019, 9:34 am IST
Tags: