ଗିରଫଦାରୀ ପ୍ରତିବାଦରେ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହେଲେ ଚିଦାମ୍ବରମ୍‌ : ତ୍ବରିତ ବିଚାରକୁ ସୁପ୍ରିମ୍‌କୋର୍ଟଙ୍କ ନା

Published: Aug 21, 2019, 12:10 pm IST

ଗିରଫଦାରୀ ଉପରୁ ପ୍ରତିବନ୍ଧକ ଉଠାଇବା ସହିତ ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ । ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିବା ପରେ ମଧ୍ୟରାତ୍ରରେ ଚିଦାମ୍ବରମଙ୍କ ଓକିଲ କପିଲ୍ ଶିବଲ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କୋର୍ଟ ମାମଲାକୁ ଗ୍ରହଣ କରିଥିଲେ ମଧ୍ୟ ତ୍ବରିତ ଶୁଣାଣି ଆବେଦନକୁ ଖାରଜ କରି ଦେଇଛନ୍ତି । ଫଳରେ ଆଇଏନ୍‌ଏକ୍ସ ମିଡିଆ ମାମଲାର ମୁଖ୍ୟ ଅଭିଯୁକ୍ତ ଚିଦାମ୍ବରମ୍‌ଙ୍କ ଗିରଫ ସମ୍ଭାବନା ଦେଖାଦେଇଛି । ଜଷ୍ଟିସ୍‌ ଏନ୍‌ ଭି ରମଣା ଏହି ମାମଲାର ବିଚାର କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଚିଦାମ୍ବରମ ମନ୍ତ୍ରୀ ରହିଥିବା ସମୟରେ 2007 ମସିହାରେ ଆଇଏନ୍‌ଏକ୍ସ ମିଡିଆ 305 କୋଟି ଟଙ୍କାର ବିଦେଶୀ ଅର୍ଥ ଗ୍ରହଣ କରିଥିଲା । ସିବିଆଇ ପକ୍ଷରୁ ମଙ୍ଗଳବାର ମଧ୍ୟରାତ୍ରରେ ଚିଦାମ୍ବରମଙ୍କ ବିପକ୍ଷରେ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରାଯାଇଛି ।

Related posts