ପୁଣି ଆଉ ଜଣେ ବାବାଙ୍କ କଳଙ୍କିତ କାର୍ଯ୍ୟ : ଯୌନଶୋଷଣ ଅଭିଯୋଗ ପରେ ଆଶ୍ରମରୁ ଫେରାର

Published: Aug 21, 2019, 1:30 pm IST

ବାବା ରାମ ରହିମ ଓ ଆଶାରାମ ବାପୁଙ୍କ ପରେ ଏବେ ହରିୟାଣାର ଆଉ ଜଣେ ବାବାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ହୋଇଛି। ବାବାଙ୍କ ବିରୋଧରେ ମହିଳାଙ୍କ ସହ ଯୌନ ଶୋଷଣ ଓ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି । ସୋସିଆଲ୍‌ ମିଡ଼ିଆରେ ବାବାଙ୍କ ଏସମ୍ପର୍କିତ ଭିଡ଼ିଓ ଭାଇରାଲ ହୋଇଛି। ଭିଡ଼ିଓ ଭାଇରାଲ ହେବାପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବାବେଳେ ବାବା ଆଶ୍ରମ ଛାଡ଼ି ଫେରାର ହୋଇଯାଇଥିବା କୁହାଯାଉଛି। ହରିୟାଣା ଗୁରୁଗ୍ରାମ୍‌ସ୍ଥିତ ବହେଡ଼ା କଲା ଗାଁରେ ବାସ କରୁଥିବା ବାବା ଜ୍ୟୋତିଗିରି ମହାରାଜଙ୍କର କେତେକ ମହିଳାଙ୍କ ସହିତ ଅବୈଧ ସମ୍ପର୍କ ରହିଥିବା ଅଭିଯୋଗ ହୋଇଛି।  ଭିଡ଼ିଓର ଯାଞ୍ଚ୍‌ ଗୁରୁଗ୍ରାମ୍‌ ପୋଲିସର ସାଇବର ଶାଖା ଦ୍ୱାରା କରାଯାଉଛି। ଇତିମଧ୍ୟରେ ଭିଡ଼ିଓ ଭାଇରାଲ କରିଥିବା ଲୋକଙ୍କ ବିରୋଧରେ ବି ମାମଲା ଦାଏର କରାଯାଇଛି। କାରଣ ଏହି ଭିଡିଓରେ ପୀଡ଼ିତା ମହିଳାଙ୍କ ଚେହେରା ସମ୍ପୂର୍ଣ୍ଣ ଦେଖାଯାଉଛି । ଆଇଟି ଆଇନ୍‌ ଅନୁସାରେ କୌଣସି ମାଧ୍ୟମ ଦ୍ବାରା ଅଶ୍ଳୀଳ ସନ୍ଦେଶ ପଠାଇବା ଏକ ଅପରାଧ । ଆଇପିସି ଧାରା ୫୦୯ ଅନୁସାରେ ଦଣ୍ଡିତ ହେବେ । କୌଣସି ମହିଳାଙ୍କ ଗରିମାକୁ ଆଘାତ ଦେବା ଏକ ଅପରାଧ । ଏହି ଅପରାଧ  ପାଇଁ ଆଇପିସି ଧାରା ୫୦୯ ଅନୁସାରେ ଦଣ୍ଡିତ ହେବାର ପ୍ରାବଧନ ରହିଛି । ବାବା ଜ୍ୟୋତିଗିରିଙ୍କର ଭଲ ସମ୍ପର୍କ ଥିବା ଜଣାପଡିଛି । ବାବାଙ୍କ ସମ୍ପର୍କରେ ଏଭଳି ଅଭିଯୋଗ ମିଳିବା ପରେ ବହେଡା ଗ୍ରାମବାସୀ ବିରୋଧ କରିବା ସହିତ ବାବାଙ୍କ ଗିରଫଦାରୀ ପାଇଁ ଦାବି କରିଛନ୍ତି ।

Related posts