ମେଡ଼ିକାଲ ବଣ୍ଡ ପରିବର୍ତ୍ତିତ ନିୟମକୁ ସମର୍ଥନ କଲେ ସୁପ୍ରିମେକାର୍ଟ । ଓଡ଼ିଶା, ତାମିଲନାଡୁ, ପଶ୍ଚିମବଙ୍ଗ ପ୍ରଣିତ ମେଡ଼ିକାଲ୍ ବଣ୍ଡକୁ ସମର୍ଥନ କରିଛନ୍ତି ସୁପ୍ରିମ୍କୋର୍ଟ । ସାରା ଦେଶରେ ଏକ ସମାନ ଆଇନ ଆଣିବାକୁ କୋର୍ଟଙ୍କ ନିର୍ଦ୍ଦେଶ । ଏନେଇ କେନ୍ଦ୍ର ସରକାର ଏବଂ ଏମ୍ସିଆଇକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କେନ୍ଦ୍ର ସରକାର ସମସ୍ତଙ୍କୁ ସୁହାଇଲା ଭଳି ନିୟମ ଆଣିବାକୁ କହିଲେ ସୁପ୍ରିମେକାର୍ଟ । ଓଡ଼ିଶାରେ ମେଡ଼ିକାଲ ବଣ୍ଡ ନିୟମ ବଦଳୁଥିବାର କହିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ । ସରକାରୀ ମେଡ଼ିକାଲ୍ କଲେଜରେ ପଢୁଥିବା ପିଲାଙ୍କ ପାଇଁ ବଣ୍ଡ୍ ବ୍ୟବସ୍ଥା କରାଯାଇଥିବାବେଳେ ସରକାରୀ ମେଡ଼ିକାଲେର ପଢିଲେ ୨ ବର୍ଷ ରାଜ୍ୟରେ ରହିବା ବାଞ୍ଛନୀୟ । ରାଜ୍ୟରେ ନ ରହିଲେ ଡାକ୍ତରଙ୍କୁ ଅଧିକ ଜରିମାନା ଦେବାକୁ ଏଥିରେ ନିୟମ ରହିଛି । ଏହି ନିୟମ ଅନୁସାରେ ପିଜି ପିଲାଙ୍କୁ ଦେଢ କୋଟି, ସୁପର ସ୍ପେଶାଲିଷ୍ଟ ପାଇଁ ଦୁଇ କୋଟି ଧାର୍ଯ୍ୟ ହୋଇଛି ।
Tags: