ସବୁ ରେଳ ୟୁନିଟ୍‌କୁ ରେଳ ମନ୍ତ୍ରାଳୟର କଡ଼ା ଚିଠି: ଅକ୍ଟୋବର ୨ରୁ ରେଳବାଇରେ ନିଷିଦ୍ଧ ହେବ ପ୍ଲାଷ୍ଟିକ୍‌ ବ୍ୟବହାର

Published: Aug 21, 2019, 7:03 pm IST

ଭାରତୀୟ ରେଳ ମନ୍ତ୍ରାଳୟ ଦେଶରେ ଥିବା ସମସ୍ତ ରେଳ ଡିଭିଜନକୁ ନିର୍ଦ୍ଦେଶ ଜାରି କରି ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଜାରି କରିଛି । ଅକ୍ଟୋବର୨ ତାରିଖ  ଅର୍ଥାତ୍‌ ଗାନ୍ଧୀ ଜୟନ୍ତୀଠାରୁ ୫୦ମାଇକ୍ରୋନରୁ କମ ମୋଟ ଥିବା ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗୁ କରିଛି । ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଉପରେ କଟକଣା ଜାରି କରିଛି । କେବଳ ପୁନଃ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ବ୍ୟବହାରକୁ ଅନୁମିତି ଦିଆଯିବ। ପ୍ଲାଷ୍ଟିକ ଅଳିଆ ଆବର୍ଜନା ହ୍ରାସ କରିବା ପାଇଁ ମନ୍ତ୍ରାଳୟ ଏହି ନିଷ୍ପତି ନେଇଛି । ଏହି ପଦକ୍ଷେପ ଦ୍ୱାରା ପରିବେଶ ସୁସ୍ଥ ଏବଂ ସ୍ୱଚ୍ଛ ରଖିବାରେ ସହାୟତା ହେବ

Related posts