ଅନ୍ତର୍ଜାତୀୟ ବଜାରର ପ୍ରଭାବ ଭାରତୀୟ ବଜାର ଉପରେ ଦେଖିବାକୁ ମିଳୁଛି । ଭାରତୀୟ ବଜାରରେ ସୁନାଦର ବୁଧବାର 38820ରେ ପହଞ୍ଚିଛି । ଅଲ୍ ଇଣ୍ଡିଆ ସରାଫା ଆସୋସିଏସନ୍ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ 99.9 ପ୍ରତିଶତ ଶୁଦ୍ଧ ସୁନାର ମୂଲ୍ୟ 10 ଗ୍ରାମ୍ ପ୍ରତି 38820 ଟଙ୍କା ରହିଥିବା ବେଳେ 99.5 ପ୍ରତିଶତ ବିଶୁଦ୍ଧ ସୁନାର ମୂଲ୍ୟ 10 ଗ୍ରାମ୍ ପିଛା 38650ଟଙ୍କା ରହିଛି । ସେହିପରି ଏହି ସମୟରେ ରୂପାର ମୂଲ୍ୟ ମଧ୍ୟ ବଢିଛି । ରୂପାର ମୂଲ୍ୟ ଏହି ସମୟରେ କିଲୋ ପିଛା 45040 ଟଙ୍କାରେ ପହଞ୍ଚିଛି । ପୂର୍ବରୁ ରୂପାର ମୂଲ୍ୟ 43602 ଟଙ୍କା ରହିଥିଲା । ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ଏକ ଆଉନ୍ସ ପ୍ରତି 1500 ଡଲାରରେ ପହଞ୍ଚିଥିବା ବେଳେ ଭାରତରେ ସର୍ବାଧିକ ସୁନା କିଣୁଥିବା ରାଜ୍ୟ କର୍ଣ୍ଣାଟକ ଏବଂ କେରଳ ବନ୍ୟା ପୀଡିତ ଥିବାରୁ ଭାରତରେ ସୁନାର ମୂଲ୍ୟ ବଢିବାର ମୂଳ କାରଣ ବୋଲି ଅଲ୍ ଇଣ୍ଡିଆ ସରାଫା ଆସୋସିଏସନ୍ ପକ୍ଷରୁ ପ୍ରକାଶିତ କରାଯାଇଛି ।
Tags: