Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୬୪ ବର୍ଷ ବୟସରେ ପାଦ ଦେଲେ ସାଉଥ୍‌ ମେଗାଷ୍ଟାର୍‌ ଚିରଞ୍ଜବୀ
ଆଜିର ଖବର

୬୪ ବର୍ଷ ବୟସରେ ପାଦ ଦେଲେ ସାଉଥ୍‌ ମେଗାଷ୍ଟାର୍‌ ଚିରଞ୍ଜବୀ

August 22, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଦକ୍ଷିଣଭାରତୀୟ ଫିଲ୍ମର ଲୋକପ୍ରିୟ ଅଭିନେତା ଚିରଞ୍ଜିବୀଙ୍କ ୬୪ତମ ଜନ୍ମଦିବସ । ସାଉଥ୍‌ର ମେଗାଷ୍ଟାର ଚିରଞ୍ଜବୀ ୨୨ ଅଗଷ୍ଟ ୧୯୫୫ ମସିହାରେ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରେ ଜନ୍ମ ହୋଇଥିଲେ । ଏହି ଲୋକପ୍ରିୟ ଅଭିନେତା ଜଣକ ରାଜନେତା ଭାବେ ମଧ୍ୟ ବେଶ୍‌ ଲୋକପ୍ରିୟ ।୧୯୭୮ ମସିହାରେ ‘ପୁନାଥିରାଲ୍ଲୁ’ର ଅଭିନୟ କ୍ୟାରିଅର୍‌ ଆରମ୍ଭ କରିଥିଲେ ଚିରଞ୍ଜବୀ । କିନ୍ତୁ ’ପ୍ରଣାମ୍‌ ଖରିଦୁ’ ଫିଲ୍ମଟି ପ୍ରଥମେ ପରଦାରେ ପ୍ରଦର୍ଶିତ ହୋଇଥିଲେ । କିନ୍ତୁ ନିର୍ଦ୍ଦେଶକ ବାପୁଙ୍କ ଫିଲ୍ମ ‘ମନା ପୁରୀ ପଂଡାବୁଲୁ’ରେ ଚିରଞ୍ଜିବଙ୍କୁ ଲୋକପ୍ରିୟତା ମିଳିଥିଲା । କ୍ୟାରିଅର୍‌ ପ୍ରାରମ୍ଭରେ ତେଲୁଗୁ ଫିଲ୍ମରେ କାମ କରିଥିବାବେଳେ ପରବର୍ତ୍ତୀ ସମୟରେ କନ୍ନଡ଼ ଓ ହିନ୍ଦୀ ଫିଲ୍ମରେ ମଧ୍ୟ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି । ପାଖାପାଖି ୧୦୦ରୁ ଉର୍ଦ୍ଧ୍ବ ଫିଲ୍ମରେ ଅଭିନୟ କରିଛନ୍ତି  ଚିରଞ୍ଜିବୀ ।  ନିଜ ଅଭିନୟ କ୍ୟାରିଅର୍‌ରେ ଦକ୍ଷିଣ ଭାରତୀୟ ଫିଲ୍ମ ପାଇଁ ୯ଟି ଫିଲ୍ମଫେୟାର୍‌ ଆଓ୍ବାର୍ଡ ପାଇବା ସହିତ  ‘ପଦ୍ମଭୂଷଣ’ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି ଚିରଞ୍ଜିବୀ । ଏତଦ୍‌ବ୍ୟତୀତ ଆନ୍ଧ୍ର ବିଶ୍ବବିଦ୍ୟାଳୟ ତରଫରୁ ତାଙ୍କୁ ଡକ୍ଟରେଟ୍‌ ଉପାଧି ମଧ୍ୟ ମିଳିଛି । ଅଭିନୟ ବ୍ୟତୀତ ରାଜନୀତିରେ ବେଶ୍‌ ରୁଚି ରଖିଛନ୍ତି ଏହି ଲୋକପ୍ରିୟ ଅଭିନେତା ଜଣକ । ୨୦୦୮ ମସିହାରେ ଚିରଞ୍ଜିବୀ ଆନ୍ଧ୍ରପ୍ରଦେଶର ପ୍ରଜା ରାଜ୍ୟମ୍‌ ପାର୍ଟି ସ୍ଥାପନା କରିବା ସହିତ ୨୦୦୯ରେ ବିଧାନସଭା ନିର୍ବାଚନରେ ଲଢି ୧୮ଟି ଆସନରେ ବିଜୟ ହୋଇଥିଲେ।  ଏହା ସହିତ ଚିରଞ୍ଜିବୀ ଆଇ ବ୍ୟାଙ୍କ୍‌ ଓ ବ୍ଲଡ୍‌ ବ୍ୟାଙ୍କର ଏକ ଚ୍ୟାରିଟି ଟ୍ରଷ୍ଟ କରିଛନ୍ତି । ଆନ୍ଧ୍ରପ୍ରଦେଶ ସରକାରଙ୍କ ତରଫରୁ ଚିରଞ୍ଜିବୀଙ୍କ ଏହି ଟ୍ରଷ୍ଟ ସବୁଠୁ ଅଧିକ ରକ୍ତ ସଂଗ୍ରହ କରିବାରେ ପୁରସ୍କାର ଲାଭ କରିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ଭାରତ ଏକ୍ସପ୍ରେସରେ ଉପଲବ୍ଧ ସୁସ୍ୱାଦୁ ଓଡିଆ ଖାଦ୍ୟ

December 18, 2025

ଓମାନର ସୁଲତାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

December 18, 2025

ଶିଶୁପାଳଗଡ଼ ଐତିହ୍ୟ ସ୍ଥଳରୁ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନେଇଛି ଏଏସଆଇ: କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

December 18, 2025

ହଟ୍ଟକେଶ୍ୱର, ଅଟ୍ରି ମକର ମହୋତ୍ସବ-୨୦୨୬ ଉପଲକ୍ଷେ ପ୍ରସ୍ତୁତି ବୈଠକ

December 18, 2025
Latest News

ବନ୍ଦେ ଭାରତ ଏକ୍ସପ୍ରେସରେ ଉପଲବ୍ଧ ସୁସ୍ୱାଦୁ ଓଡିଆ ଖାଦ୍ୟ

December 18, 2025

ଓମାନର ସୁଲତାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

December 18, 2025

ଶିଶୁପାଳଗଡ଼ ଐତିହ୍ୟ ସ୍ଥଳରୁ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନେଇଛି ଏଏସଆଇ: କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

December 18, 2025

ଓମାନରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

December 18, 2025

ବାଲୁଗାଁ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଏକବିଂଶ ତମ ବାର୍ଷିକ ଉତ୍ସବ

December 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.