ଜଷ୍ଟିସ୍ ବି.ପି. ଦାସଙ୍କୁ ଓଡିଶା ମାନବାଧିକାର କମିଶନ (ଓଏଚ୍ଆର୍ସି)ର ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଛି । ରାଜ୍ୟପାଳ ଦାସଙ୍କ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ରାଜ୍ୟପାଳ ଗଣେଶୀ ଲାଲ ବିପି ଦାଶଙ୍କ ରାଜ୍ୟ ମାନବାଧିକାର ମୁଖ୍ୟ ଭାବରେ ଘୋଷଣା କରିଛନ୍ତି । ଏହା ସହିତ ଆଇନଜୀବୀ ଅସୀମ ଅଭିତାଭ ଓଏଚ୍ଆର୍ସିର ସଦସ୍ୟତା ଗ୍ରହଣ କରିଛନ୍ତି । ଉଭୟଙ୍କ ନିଯୁକ୍ତିକୁ ରାଜ୍ୟପାଳଙ୍କ ଅନୁମୋଦନ ମିଳିଛି । ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଏଚ୍ଆର୍ସିର ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି ପାଇଁ ବୈଠକ ବସିଥିଲା । ଏଥିରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଆଇନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ଏଥିରେ ରାଜ୍ୟ ସରକାର ୩ ଜଣଙ୍କ ନାଁକୁ ସୁପାରିଶ କରିଥିଲେ ।
Tags: