ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତ୍ରିରାଷ୍ଟ୍ର ଗସ୍ତ କରିଛନ୍ତି । ମୋଦି ଏହି ଗ୍ରସ୍ତରେ ଫ୍ରାନ୍ସ, ୟୁଏଇ ଓ ବାହାରାନି ଯାତ୍ରା କରିଛନ୍ତି । ଅଗଷ୍ଟ ୨୭ରେ ସେ ଫ୍ରାନ୍ସରେ ଜି ୭ ସମିତିରେ ଅଂଶଗ୍ରହଣ କରିବେ । ଏହି ଗସ୍ତ କାଳରେ ମୋଦି ଏହି ସବୁ ଦେଶର ଶୀର୍ଷ ନେତାଙ୍କ ସହିତ ଦ୍ବିପାକ୍ଷିକ, କ୍ଷତ୍ରୀୟ ତଥା ପରସ୍ପାରିକ ହିତ ପାଇଁ ବିଭିନ୍ନ ବିଷୟରେ ଆଲୋଚନା କରିବେ । ଏଥିପାଇଁ ମୋଦି ଆଜି ସନ୍ଧ୍ୟାରେ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ପହଞ୍ଚିବେ । ଆଜି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ଙ୍କ ସହିତ ବୈଠକ କାର୍ଯ୍ୟକ୍ରମ ରହିଛି । ଏଠାରେ ଭାରତୀୟ ସମୁଦାୟଙ୍କୁ ମୋଦି ସମ୍ବୋଧନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏହା ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ୟୁରୋପ ଯାତ୍ରା । ଏହାଦ୍ୱାରା ଭାରତ-ଫ୍ରାନ୍ସ ମଧ୍ୟରେ ସମ୍ପର୍କ ସୁଦୃଢ ହେବ । ସେହିପରି ୟୁଏଇରେ ମୋଦିଙ ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ’ଅର୍ଡର ଅଫ୍ ଜାୟଦ୍’ର ଗ୍ରହଣ କରିବେ । ଏଠାରେ ମହାତ୍ମା ଗାନ୍ଧିଙ୍କ ୧୫ତମ ଜୟନ୍ତୀ ଅବସରରେ ଡାକଟିକେଟର ଜାରି କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ସେହିପରି ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଥର ପାଇଁ ବାହାରିନ୍ ଯାତ୍ରା କରୁଛନ୍ତି । ମୋଦି ୨୪ ଅଗଷ୍ଟରେ ବାହାରିନ୍ରେ ଯାତ୍ରା କରିବେ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ମୋଦି ଏହି ଦେଶକୁ ଯାତ୍ରା କରୁଛନ୍ତି । ବାହାରିନ୍ ସହ ଦ୍ବିପାକ୍ଷିକ ଆଲୋଚନା ହେବା ସହିତ ମନାମାଠାରେ ଶ୍ରୀନାଥଜୀଙ୍କ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବାର କାର୍ଯ୍ୟକ୍ରମ ରହିଛି ।
ତ୍ରିରାଷ୍ଟ୍ର ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି : ଜି-୭ ଶିଖର ସମ୍ମିଳନରେ ଯୋଗଦେବେ ମୋଦି
Published:
Aug 22, 2019, 4:32 pm IST
Tags: