ଚିଦାମ୍ବରମ୍‌ଙ୍କୁ ଝଟ୍‌କା : ଜାମିନ ନାମଞ୍ଜୁର ପରେ 5 ଦିନିଆ ସିବିଆଇ ରିମାଣ୍ଡ

Published: Aug 22, 2019, 6:51 pm IST

ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଝଟ୍‌କା । ସିବିଆଇର ସ୍ବତନ୍ତ୍ର କୋର୍ଟ ଚିଦାମ୍ବରମ୍‌ଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ପଠାଇଛି । ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ଚିଦାମ୍ବରମ୍‌ ସିବିଆଇ ରିମାଣ୍ଡରେ ରହିବେ । ଏହି ପାଞ୍ଚ ଦିନ ମଧ୍ୟରେ ନିଜ ଓକିଲ ଏବଂ ପରିବାର ବର୍ଗଙ୍କୁ 30 ମିନିଟ୍‌ ଭେଟିବା ନେଇ କୋର୍ଟ ଅନୁମତି ଦେଇଛନ୍ତି । ସିବିଆଇ ପକ୍ଷରୁ 5 ଦିନିଆ ରିମାଣ୍ଡ ଦାବି କରାଯାଇଥିବା ବେଳେ କପିଲ୍‌ ଶିବଲ୍‌ ଏହାକୁ ବିରୋଧ କରିଥିଲେ । ମାତ୍ର କୋର୍ଟ ଚିଦାମ୍ବରମ୍‌ଙ୍କ ଜାମିନ ଆବେଦନ ଖାରଜ କରି ଦେଇଥିଲେ ।

Related posts