ପୁରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା

Published: Aug 23, 2019, 12:17 pm IST

ପୁରୀର ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ୨୬୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି। ପୁରୀର ଐତିହ୍ୟ ସୁରକ୍ଷା ପାଇଁ ୫୦୦ କୋଟି ଟଙ୍କାର ପ୍ୟାକେଜ୍‌  ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ୧୦୦ କୋଟଇ ଟଙ୍କା ରଖାଯାଇଛି। ଏଥିରେ ଭିତ୍ତିଭୂମି ବିକାଶ, କ୍ଷତିଗ୍ରସ୍ତଙ୍କୁ ଥଇଥାନ ପାଇଁ ସରକାରୀ ସହେଯାଗ ଦିଆଯିବ। ସେହିପରି ମଠଗୁଡ଼ିକର ପୁନରୁଦ୍ଧାର ପାଇଁ ମଧ୍ୟ ସରକାରୀ ସହଯୋଗ ମିଳିବ। ମାଳତିପାଟପୁରରୁ ଜଗନ୍ନାଥ ବଲ୍ଲଭ ମଠକୁ ସେତୁ ସଂଯୋଗ କରାଯିବ । ଏଥିପାଇଁ ୧୯୦ କୋଟି ଟଙ୍କା ଖର୍ଚ୍ଚ କରାଯିବ, ଜଗନ୍ନାଥ ବଲ୍ଲଭ ମଠରେ ହେବ ବହୁତଳ ପାର୍କିଂ ବ୍ୟବସ୍ଥା କରାଯିବ । ଏଥିରେ ୧୦ ହଜାର ଲୋକଙ୍କ ପାଇଁ ପାର୍କିଂ ବ୍ୟବସ୍ଥା କରାଯିବ । ପୁରୀରେ ପ୍ରଥମଥର ପାଇଁ ଟ୍ରମ୍ପେଟ୍‌ ବ୍ରିଜ୍‌ ନିର୍ମାଣ କରିବାର ଯୋଜନା ରହିଛି । ସେହିପରି ଯାତ୍ରୀଙ୍କ ସୁବିଧା ନିମେନ୍ତ ବିଭିନ୍ନ ଦୋକାନ ବଜାରର ମଧ୍ୟ ବ୍ୟବସ୍ଥା କରାଯିବ । ଅଠରନଳାର ପୁନରୁଦ୍ଧାର ତଥା ସୌନ୍ଦର୍ଯ୍ୟକରଣ, ମୂଷା ନଦୀର ପୁନରୁଦ୍ଧାର ସହ ଏହାକୁ ମଙ୍ଗଳା ନଦୀ ସହ ସଂଯୋଗୀକରଣ କରାଯିବ । ପୁରୀରେ ୨୮ ଏକର ଜମିରେ ଏକ ବୃହତ ପୁଷ୍କରିଣୀ ନିର୍ମାଣ କରାଯିବ। ସେହିପରି ପୁରୀରେ ଥିବା ତୀର୍ଥ ପୁଷ୍କରିଣୀଗୁଡ଼ିକ ପୁନରୁଦ୍ଧାର କରାଯିବ । ଶ୍ବେତଗଙ୍ଗା, ମାର୍କଣ୍ଡ ପୁଷ୍କରିଣୀ, ନରେନ୍ଦ୍ର ପୁଷ୍କରିଣୀ ଓ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ପୁନରୁଦ୍ଧାର ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ସମସ୍ତ ପୁନରୁଦ୍ଧାର କାର୍ଯ୍ୟ ଦୁଇ ବର୍ଷ ମଧ୍ୟରେ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

Related posts