ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯିବା ପ୍ରତିବାଦରେ ଉଭୟ ଛାତ୍ର କଂଗ୍ରେସ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତୀବ୍ର ବିରୋଧ କରିଛନ୍ତି । ଆଜି ଏବିଭିବିର ଶତାଧିକ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରାଉ କରିବାକୁ ଉଦ୍ୟମ କରିଛନ୍ତି । ଏହି ସମୟରେ ଛାତ୍ରଛାତ୍ରୀ ଓ ପୋଲିସ ଧସ୍ତାଧସ୍ତି ହୋଇଛନ୍ତି । ପୋଲିସ ଆନ୍ଦୋଳନରତ ୩୦ ଛାତ୍ରଙ୍କୁ ଉଠାଇ ନେଇଛି । ରାଜ୍ୟ ସରକାର ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଛନ୍ତି । ଫଳରେ ସାରା ରାଜ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି । ସରକାର ଗଣତନ୍ତ୍ରର କଣ୍ଠରୋଧ କରୁଛନ୍ତି ବୋଲି କୁହାଯାଇଛି । ଆଜି ଭୁବନେଶ୍ୱର ସ୍ଥିତ ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରାଉ କରିବାକୁ ଉଦ୍ୟମ କରିଛନ୍ତି ଏବିଭିବିର ଶତାଧିକ ଛାତ୍ରଛାତ୍ରୀ । ଯଦି ନିର୍ବାଚନ ବାତିଲ ନିଷ୍ପତ୍ତିକୁ ପୁନର୍ବିଚାର ନ କରାଯାଏ ତାହା ହେଲେ ସୋମବାର ଠାରୁ ସମସ୍ତ କଲେଜରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି ।
Tags: