ଇଡି ମାମଲାରେ ଚିଦୁଙ୍କୁ ଆଶ୍ବସ୍ତି : ସୋମବାର ଶୁଣାଣି ପାଇଁ ସର୍ବୋଚ୍ଚ କୋର୍ଟଙ୍କ ନିଷ୍ପତ୍ତି

Published: Aug 23, 2019, 3:36 pm IST

ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବଡ ଆଶ୍ବସ୍ତି ମିଳିଛି । ଚିଦାମ୍ବରମ୍‌ଙ୍କ ନାମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କରାଯାଇଥିବା ଅଭିଯୋଗକୁ ଖାରଜ କରାଯିବା ସହିତ ଏହି ମାମଲାର ବିଚାର ପାଇଁ ସୋମବାରର ତାରିଖ ଧାର୍ଯ୍ୟ କରିଛନ୍ତି । ଇଡି ମାମଲାରୁ ଆସନ୍ତା ଡିସେମ୍ବର 3 ତାରିଖ ପର୍ଯ୍ୟନ୍ତ ଉଭୟ ଚିଦାମ୍ବରମ ଏବଂ ତାଙ୍କ ପୁଅ କର୍ତ୍ତୀଙ୍କୁ ଆଶ୍ବସ୍ତି ମିଳିଥିଲେ ମଧ୍ୟ ଆସନ୍ତା ସୋମବାର ପର୍ଯ୍ୟନ୍ତ ଚିଦାମ୍ବରମ୍‌ ସିବିଆଇ ରିମାଣ୍ଡରେ ରହିବେ । ଆସନ୍ତା ସୋମବାର ଦିନ ଏହି ମାମଲାର ରାୟ ପ୍ରକାଶ କରାଯିବ । ସୋମବାର ପର୍ଯ୍ୟନ୍ତ ସିବିଆଇ ରିମାଣ୍ଡରେ ରହିବେ ଚିଦାମ୍ବରମ୍‌ ।

Related posts