ବିଡବ୍ଲ୍ୟୁଏଫ୍‌ ବ୍ୟାଡମିଣ୍ଟନ୍‌ ବିଶ୍ବ ଚାମ୍ପିୟନ୍‌ସିପ୍‌ : ପ୍ରି କ୍ବାର୍ଟରରୁ ବିଦା ହେଲେ ସାଇନା

Published: Aug 23, 2019, 4:18 pm IST

ବିଶ୍ବ ବ୍ୟାଡମିଣ୍ଟନ ଚାମ୍ପିୟନ୍‌ସିପ୍‌ ପ୍ରି କ୍ବାର୍ଟର ଫାଇନାଲରୁ ବିଦାୟ ନେଇଛନ୍ତି ଭାରତୀୟ ଲଳନା ସାଇନା ନେହ୍ବାଲ । ଡେନମାର୍କର ମିଆ ବ୍ଲିଚ୍‌ଫେଲ୍ଟଙ୍କ ନିକଟରୁ ପରାସ୍ତ ହୋଇ ବିଶ୍ବ ଚାମ୍ପିୟନ୍‌ସିପ୍‌ରୁ ନିଜର ଅଭିଯାନ ଶେଷ କରିଛନ୍ତି ଅଲମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ସାଇନା । ତିନି ସେଟ୍‌ର ଏହି ମୁକାବିଲା ଏକ ଘଣ୍ଟା 12 ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିଲା । ଅଷ୍ଟମ ସିଡ୍‌ ସାଇନା 12 ତମ ସିଡ୍‌ ବ୍ଲିଚ୍‌ଫେଲ୍ଟଙ୍କ ନିକଟରୁ 21-15, 25-27 ଏବଂ 12-21 ସେଟ୍‌ରେ ପରାସ୍ତ ହୋଇଥିଲେ । ସାଇନା ବିଦାୟ ନେବା ପରେ ବର୍ତ୍ତମାନ ଏକମାତ୍ର ଭାରତୀୟ ଭାବରେ ପିଭି ସିନ୍ଧୁ ବିଶ୍ବ ଚାମ୍ପିୟନ୍‌ସିପ୍‌ରେ ରହିଛନ୍ତି । କ୍ବାର୍ଟର ଫାଇନାଲ୍‌ରେ ସିନ୍ଧୁ ଚାଇନିଜ୍‌ ତାଇପେର ଟାଇ ଜୁ ୟିଙ୍ଗଙ୍କୁ ଭେଟିବାକୁ ଯାଉଛନ୍ତି ।

Related posts