ଜୟରାମ ରମେଶ ଓ ଅଭିଷେକ ମନୁ ସିଙ୍ଘଭିଙ୍କ ପରେ କଂଗ୍ରେସର ଆଉ ଜଣେ ବରିଷ୍ଠ ନେତା ଶଶି ଥରୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଦି ଭଲ କାମ କରୁଛନ୍ତି, ତେବେ ଏହାର ପ୍ରଶଂସା ହେବା ଉଚିତ୍। ଯଦି ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଭୁଲ କରନ୍ତି ତେବେ ଆମର ସମାଲୋଚନାକୁ ବିଶ୍ଵସନୀୟତା ମିଳିବ। ଥରୁରୁ ଏକ ଟ୍ଵିଟରର ଜବାବରେ ଟ୍ଵିଟ୍ କରିଛନ୍ତି ଯେ, ଯଦି ଆପଣ ଜାଣି ପାରୁଛନ୍ତି ତେବେ ୬ ବର୍ଷ ପୂର୍ବେ ଏହା କହିଥିଲି ଯେ ଯେବେ ନରେନ୍ଦ୍ର ମୋଦି ଭଲ କହୁଛନ୍ତି ଏବଂ ଭଲ କାମ କରୁଛନ୍ତି ତେବେ ଏହାର ପ୍ରଶଂସା କରିବା ଉଚିତ୍। ଏହା ପରେ ସେ ଯଦି ଭୁଲ କରିବେ ତେବେ ଆମର ସମାଲୋଚନାକୁ ବିଶ୍ଵସନୀୟତା ମିଳିବ। ଶଶୀଙ୍କ ପୂର୍ବରୁ ଜୟରାମ ରମେଶ ଓ ଅଭିଷେକ ମନୁ ସିଂଘଭି ମୋଦିଙ୍କ ପ୍ରଶଂସା କରିଥିଲେ । ଜୟରାମ ରମେଶ ମୋଦି ସରକାରଙ୍କ କିଛି ଯୋଜନାକୁ ଠିକ୍ କହିବା ସହ ଏହାର ଲାଭ ସମ୍ପର୍କରେ ମଧ୍ୟ କହିଛନ୍ତି । ଜୟରାମ ରମେଶ କହିଛନ୍ତି ଯେ, ୨୦୧୪ରୁ ୨୦୧୯ ଭିତରେ ମୋଦି ସରକାର ବିଜୁଳି ତଥା ଉଜ୍ଜ୍ବଳା ଯୋଜନା ଦ୍ବାରା ଲୋକଙ୍କୁ ସୁବିଧା ମିଳୁଥିବା କଥା କହିଛନ୍ତି । ସେହିପରି ନରେନ୍ଦ୍ର ମୋଦି ସେହି ଭାଷାରେ କଥାବାର୍ତ୍ତା କରନ୍ତି, ଯାହା ଲୋକମାନେ ସହଜରେ ବୁଝିପାରନ୍ତି ବୋଲି କହିଥିଲେ । ଶଶୀ ଥରୁର୍ ଏହି କଥାକୁ ସ୍ବାଗତ କରି ମୋଦିଙ୍କ ଭଲ କାମର ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଭଲ କାମର ପ୍ରଶଂସା ହେବା ଉଚିତ୍ : ଶଶି ଥରୁର୍
Published:
Aug 23, 2019, 5:02 pm IST
Tags: