ଜେଲ୍‌ରେ କଏଦୀଙ୍କ ମୃତ୍ୟୁ : ଲାଞ୍ଜିଗଡ ବେଦାନ୍ତରେ ଧାରା 144 ଜାରି

Published: Aug 24, 2019, 9:43 am IST

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଜେଲ୍‌ରେ ଜଣେ ବିଚାରଧୀନ ବନ୍ଦୀଙ୍କ ମୃତ୍ୟୁ ହୋଇଛି । ଲାଞ୍ଜିଗଡ଼ର ପଟ୍ଟନାୟକ ହରିଜନ ନାମକ ବ୍ୟକ୍ତିଙ୍କର ଜେଲ୍‌ରେ ମୃତ୍ୟୁ ଘଟିଛି । ପଟ୍ଟନାୟକ ଜେଲ୍‌ରେ ଥିବାବେଳେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ସମ୍ବଲପୁର ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁ ପରେ ଗଣ୍ଡଗୋଳ ଆଶଙ୍କାରେ ବେଦାନ୍ତ ଫାଟକ ସମ୍ମୁଖରେ 144 ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ପୂର୍ବରୁ ପଟ୍ଟନାୟକଙ୍କ କିଡ୍‌ନୀରେ ସମସ୍ୟା ରହିଥିବା ଜଣାପଡ଼ିଛି । ସେ ବେଦାନ୍ତ ଆନ୍ଦୋଳନରେ ଜେଲ୍‌ ଯାଇଥିବାରୁ ଗଣ୍ଡଗୋଳ ଆଶଙ୍କା କରାଯାଇଛି । ଉଲ୍ଲେଖ ଯୋଗ୍ୟ, ମାର୍ଚ୍ଚ 18 ତାରିଖ ଦିନ ସ୍ଥାନୀୟ ବାସିନ୍ଦାକୁ କମ୍ପାନୀରେ ନିଯୁକ୍ତି ଦେବା ଦାବିରେ ଲାଞ୍ଜିଗଡ଼ ବେଦାନ୍ତ କମ୍ପାନୀ ଫାଟକ ସମ୍ମୁଖରେ ଆନ୍ଦୋଳନ କରିଥିଲେ । ଏହି ସମୟରେ ସୁରକ୍ଷା କର୍ମୀ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ । ଏହି ଘଟଣାରେ ପୋଲିସ ପଟ୍ଟନାୟକଙ୍କୁ ଫେରିଥିଲା ।

Related posts