ଜମ୍ମୁ-କାଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ମିଳିତ ବିରୋଧୀ କାଶ୍ମୀର ଯାତ୍ରା କରୁଛନ୍ତି । କଂଗ୍ରେସ, ଏନ୍ସିପି, କମ୍ୟୁନିଷ୍ଟ ପାର୍ଟିମାନେ ମିଳିତ ଭାବରେ କାଶ୍ମୀର ଗସ୍ତ କରୁଛନ୍ତି । ଏହି ଯାତ୍ରାରେ ରାହୁଲଙ୍କ ସହ ଗୁଲାମ ନବି ଆଜାଦ, କେସି ଭେଣୁଗୋପାଳ, ଆନନ୍ଦ ଶର୍ମା, ସୀତାରାମ ୟେଚୁରୀ, ଡି ରାଜା, ତିରୁଚି ଶିବା, ଦିନେଶ ତ୍ରିବେଦୀ, ମଜିତ ମେମନ, ମନୋଜ ଝା ଓ ଉପେନ୍ଦ୍ର ରେଡ୍ଡୀ ସେଠାକୁ ଗସ୍ତ କରୁଛନ୍ତି । ଏହି ସମସ୍ତ ବିରୋଧୀ ନେତାମାନେ ୧.୩୦ରେ ପହଞ୍ଚିବେ । ତେବେ ମିଳିତ ବିରୋଧୀଙ୍କ ଗସ୍ତ ଉପରେ ପୋଲିସ୍ ରୋକ୍ ଲଗାଇଛି । ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ କଂଗ୍ରେସ ନେତା ଗୁଲାମ ନବି ଆଜାଦ ଜମ୍ମୁ-କଶ୍ମୀର ଗସ୍ତରେ ବାହାରିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଦିଲ୍ଲୀ ବିମାନ ବନ୍ଦରରୁ ଫେରାଇ ଦିଆଯାଇଥିଲା। ସେହିପରି ରାହୁଲ୍ଙ୍କୁ ମଧ୍ୟ ଯିବାକୁ ଅନୁମତି ମିଳିନଥିଲା ।