ଗତକାଲି ତାମିଲନାଡୁକୁ 6-8 ଜଣ ଆତଙ୍କୀ ପ୍ରବେଶ କରିଥିବା ନେଇ ଗୁଇନ୍ଦା ରିପୋର୍ଟ ପ୍ରକାଶ ପାଇଥିଲା । ଏହା ପରେ ସମୁଦାୟ ଦକ୍ଷିଣ ଭାରତରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଥିବା ବେଳେ ଭେଲୋରରେ ଆଜି ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । ସମୁଦାୟ 6 ଜଣ ଆତଙ୍କବାଦୀ ତାମିଲନାଡୁ ଏବଂ କୋଏମ୍ବାଟୋରରେ ଅବସ୍ଥାନ କରିଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିବା ବେଳେ ଭେଲୋରରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । ତାମିଲନାଡୁ ପୋଲିସ୍ର ଏକ ସ୍ବତନ୍ତ୍ର ଟିମ୍ ଭେଲୋରରେ ମୁତୟନ କରାଯାଇଛି । ବିଭିନ୍ନ ମନ୍ଦିର, ବସ୍ଷ୍ଟାଣ୍ଡ ଏବଂ ରେଳ ଷ୍ଟେସନ୍ରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହିତ ଚେକ୍ପୋଷ୍ଟରେ ସମସ୍ତ ଗାଡିର ଯାଞ୍ଚ କରାଯାଉଛି । ଭେଲୋର ବ୍ୟତିତ କଟପଡି, ଆରାକ୍କୋଣମ୍ ଏବଂ ଜଲାରପେଟ ରେଳ ଷ୍ଟେସନ୍ରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି ।