ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ପରଲୋକ ଘଟିଛି । ଜେଟ୍ଲୀଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଜେଟ୍ଲୀଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି । ଉପ ରାଷ୍ଟ୍ରପତି ଏମ୍ ଭେଙ୍କିଆ ନାଇଡୁ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଜେଟ୍ଲୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହିତ ଜେଟ୍ଲୀ ଜଣେ ବିଶିଷ୍ଟ ରାଜନୈତିକ ବ୍ୟକ୍ତିତ୍ବ ଥିଲେ । ତାଙ୍କ ସ୍ଥାନ ଅପୂରଣୀୟ ବୋଲି କହିଛନ୍ତି ମୋଦି । ମୋଦି ଏବେ ଜି-7 ସମ୍ମିଳନୀରେ ଯୋଗ ଦେବା ପାଇଁ ବିଦେଶ ଗସ୍ତରେ ଅଛନ୍ତି । ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ବ୍ୟତୀତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି । ଅରୁଣ୍ ଜେ୍ଟଲୀଙ୍କ ମୃତ୍ୟୁରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗଭୀର ଶୋକ ବ୍ୟକ୍ତ କରିବା ସହ ଏହା ଗଭୀର ଆଘାତ ଦେଇଛି ବୋଲଇ ରାଜନାଥ କହିଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶିବରାଜ ସିଂହ ଚୌହ୍ବାନ, ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ପ୍ରମୁଖ ଜେଟ୍ଲୀଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି ।