ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡିଶା ରାଜ୍ୟପାଳ ଗଣେଷୀ ଲାଲ ମଧ୍ୟ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି । ଜେଟ୍ଲୀ ଜଣେ ମହାନ ଓକିଲ ଏବଂ ରାଜନେତା ଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରିଛନ୍ତି । ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ଶୋକ ପ୍ରକାଶ କରିବା ସହିତ ଜେଟ୍ଲୀଙ୍କୁ ଜଣେ ବିଦ୍ବାନ ରାଜନେତା ଭାବରେ ଅଭିହିତ କରିଛନ୍ତି । ସରକାର ପରିଚାଳନାରେ ଜେଟ୍ଲୀଙ୍କ ଭୂମିକା ସର୍ବଦା ଅପୁରଣୀୟ ରହିବ ବୋଲି ଟ୍ବିଟ୍ କରିଛନ୍ତି ଗଣେଷୀ ଲାଲ୍ । ସେହିପରି ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ଜେଟ୍ଲୀଙ୍କ ବିୟୋଗରେ ମୁଁ ବହୁତ ଦୁଃଖିତ, ନିଜ ଛାତ୍ର ଜୀବନରୁ ଜଣେ ପ୍ରତିଷ୍ଠିତ ନେତା ରହିଥିବା ବେଳେ ଆମ ସମୟର ଜଣେ ବରିଷ୍ଠ ନେତା ରହିଥିଲେ ବୋଲି ଟ୍ବିଟ୍ କରିଛନ୍ତି ବୈଜୟନ୍ତ ପଣ୍ଡା ।